ବର୍ବରତାର ସୀମା ଟପିଲା ସ୍ୱାମୀ, ସ୍ତ୍ରୀକୁ ବାଇକ୍ରେ ବାନ୍ଧି ଘୋଷାଡିଲା
ରାଜସ୍ଥାନ ନାଗଉର ଜିଲ୍ଲାର ପାଚୋଡ଼ି ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଭିଡିଓରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ପୁରୁଷ ବାଇକ୍ ପଛରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦେଖିବାକୁ ମିଳୁଛି। ପୁରୁଷ ଅତି ନିର୍ମମ ଭାବେ ବାଇକରେ ଘୋଷାଡ଼ି ନେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଜରିଆରେ ସାମ୍ନାକୁ ଆସିଛି।
ସୂଚନା ଅନୁସାରେ, ନାଗଉର ଜିଲ୍ଲାର ଉଭୟ ମହିଳା ଓ ପୁରୁଷ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ହେବେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ସ୍ୱାମୀ ତାଙ୍କ ପତ୍ନୀଙ୍କ ଗୋଡ଼ ବାନ୍ଧି ବାଇକ୍ ପଛରେ ଗାଁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିବାକୁ ମିଳିଛି।
ଏହି ଭିଡିଓରେ ତିନିଜଣ ବ୍ୟକ୍ତି ଅଛନ୍ତି। ଅଭିଯୁକ୍ତଙ୍କ ସମେତ ଅନ୍ୟ ଜଣେ ମହିଳା ଏବଂ ଭିଡିଓ ରେକର୍ଡିଂ କରୁଥିବା ବ୍ୟକ୍ତି। ଅନ୍ୟ ଦୁଇ ଜଣ ପୂରା ଘଟଣାକୁ ଦେଖିଥିଲେ ମଧ୍ୟ କୌଣସି ପ୍ରତିବାଦ କରିନାହାନ୍ତି। ସ୍ୱାମୀ ବାଇକ ଚଲାଇ ଯାଉଥିବା ବେଳେ ତାଙ୍କ ପଛରେ ସ୍ତ୍ରୀଙ୍କୁ ବାନ୍ଧି ରଖିଛନ୍ତି। ସ୍ତ୍ରୀ ଘୋଷାଡି ହୋଇ ଯାଉଥିବା ବେଳେ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। କିନ୍ତୁ ସ୍ୱାମୀ ଗାଡ଼ି ନଅଟକାଇ ସେମିତି ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି।
ସୂଚନାଯୋଗ୍ୟ, ଅଭିଯୁକ୍ତ ବ୍ୟକ୍ତି ଜଣକ ନାମ ପ୍ରେମ ରାମ ମେଘୱାଲ ବୟସ ୩୧ ବୋଲି ଜଣାପଡ଼ିଛି। ଦୁହିଁଙ୍କ ବିବାହକୁ ମାତ୍ର୧୦ମାସ ପୁରା ହୋଇଛି। ଅନେକ ସମୟରେ ରାମ ସ୍ତ୍ରୀଙ୍କୁ ମାଡ଼ ମାରିଥାଆନ୍ତି। ନିକଟରେ ସେ ସମସ୍ତ ସୀମା ଟିପି ଯାଇ ସ୍ତ୍ରୀଙ୍କୁ ବାଇକରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବାକୁ ପଛାଇ ନଥିଲା।
Powered by Froala Editor