ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ୍
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ରାବଣାଗୁଡ଼ା ଛକ ନିକଟରେ ଦମ୍ପତିଙ୍କ ଉପରେ ମାଡ଼ିଗଲା ଟ୍ରକ୍। ହେଲେ ଦୁର୍ଘଟଣାରେ ବଞ୍ଚି ଯାଇଛି ଦମ୍ପତିଙ୍କ ୯ ବର୍ଷର ପୁଅ। ଆହତ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଦମ୍ପତି ଓ ତାଙ୍କ ପୁଅ ବାଇକ୍ ଯୋଗେ ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ମହାଦେବଙ୍କ ଉପରେ ପାଣି ଢାଳି ପୂଜାର୍ଚ୍ଚନା ସାରି ଘରକୁ ଫେରୁଥିଲେ। ରାବଣାଗୁଡ଼ା ଛକ ନିକଟରେ ଦମ୍ପତିଙ୍କୁ ଟ୍ରକ୍ଟି ଧକ୍କା ଦେଇଥିଲା। ପରେ ଦମ୍ପତି ତଳେ ଛିଟିକି ପଡ଼ି ଯାଇଥିଲେ। ଟ୍ରକଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Powered by Froala Editor