ତୁଙ୍ଗଭଦ୍ରା ଡ୍ୟାମର ଗେଟ୍ ଭାସିଗଲା, ଆନ୍ଧ୍ରରେ ବନ୍ୟା ଆଶଙ୍କା
ବର୍ଷାଜଳ ନିଷ୍କାସିନ ସମୟରେ କର୍ଣ୍ଣାଟକର ତୁଙ୍ଗଭଦ୍ରା ଡ୍ୟାମ୍ ର ଏକ ଗେଟ୍ ପାଣି ସୁଅରେ ଭାସି ଯାଇଛି। ଅତ୍ୟଧିକ ଜଳ ପ୍ରବାହ ଯୋଗୁ ତୁଙ୍ଗଭଦ୍ରା ଡ୍ୟାମର ଗୋଟିଏ ଗେଟ୍ ଭାସି ଯାଇଛି । ଶନିବାର ରାତିରେ ଏହି ଘଟଣା ଘଟିଛି। ହଠାତ୍ ଏପରି ଘଟଣା ଘଟିବାକୁ କୋପ୍ପାଲର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଯାଇଛି।
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବନ୍ୟା ସତର୍କ ସୂଚନା ଜାରି କରାଯାଇଥିଲା ବେଳେ ଗୋଟିଏ ଗେଟ୍ ଉପରୁ ଚାପ ହ୍ରାସ କରିବାକୁ ସମସ୍ତ ୫ ଟି ଗେଟ୍ ଖୋଲି ଦିଆଯାଇଛି। ଏହାଫଳରେ ଜଳଭଣ୍ଡାରରେ ଜଳ କ୍ଷମତା ହ୍ରାସ ପାଇବ ଏବଂ ମରାମତି କାର୍ଯ୍ୟ କରାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅଧିକାରୀମାନଙ୍କ କହିବା କଥା ଯେ ମରାମତି କାମ ପାଇଁ ଡ୍ୟାମରେ ଥିବା ୧୦୫ ଟିଏମସି ପାଣିକୁ ୬୫ରୁ ୫୫ ଟିଏମସି କରିବାକୁ ପଡ଼ିବ। ତେଣୁ ବାଧ୍ୟ ହୋଇ ଡ୍ୟାମରୁ ଜଳ ନିଷ୍କାସିତ କରାଯାଉଛି। ତେଣୁ କୋପ୍ପାଲ ବ୍ୟତୀତ ପଡ଼ୋଶୀ ଆନ୍ଧ୍ରରେ ମଧ୍ୟ ବନ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।
ଏହି ଘଟଣା ପଡୋଶୀ ଆନ୍ଧ୍ରପ୍ରଦେଶର ଅଞ୍ଚଳକୁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। କୃଷ୍ଣ ନଦୀ କୂଳରେ ରହୁଥିବା ଲୋକଙ୍କୁ ସଜାଗ ରହିବାକୁ ଏବଂ କେନାଲ ଏବଂ କେନାଲ ଅତିକ୍ରମ ନକରିବାକୁ କୁହାଯାଇଛି। ବର୍ତ୍ତମାନ ଡ୍ୟାମ ୮୯,୦୦୦ କ୍ୟୁସେକ୍ ଡିସଚାର୍ଜ ହେଉଥିବା ବୋଲି ରିପୋର୍ଟରେ କୁହାଯାଇଛି।
Powered by Froala Editor