୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ ହେବ ଓଡିଶା

୨୦୩୦ ମସିହା ସୁଦ୍ଧା ଓଡିଶାକୁ ସମ୍ପୂର୍ଣ୍ଣ ଜଳାତଙ୍କ ମୁକ୍ତ କରାଯିବ। ଏନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ୍ କହିଛନ୍ତି । ସେ କହିଛନ୍ତି, ଏହି ଲକ୍ଷ୍ୟ ହାସଲ କରିବା ପାଇଁ ବୁଲାକୁକୁରଙ୍କୁ ଟିକ ଦିଆଯିବା ନେଇ ବ୍ୟବସ୍ଥା କରାଯିବ । ଏଥିପାଇଁ ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାଲିଙ୍ଗ୍ କହିଛନ୍ତି ।
ସେହିପରି ରାଜ୍ୟରେ ବର୍ତ୍ତମାନ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା – ବି.ଏସ୍.କେ.ୱାଇ. ଜାରି ରହିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍ କହିଛନ୍ତି। ବଜେଟ୍ରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।
Powered by Froala Editor