ବିଏସକେଓ୍ବାଇ କାର୍ଡ ନେଇ ଏହା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଏସକେଓ୍ବାଇ କାର୍ଡ ଏବେ ଜାରି ରହିବ। ଏହାପରେ ସେପ୍ଟେମ୍ବର ୧୦ ତାରିଖ ପରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସେ ଯାଏଁ ଜାରି ରହିବ ବିଏସକେୱାଇ । ବଜେଟ ଆପ୍ରୋପ୍ରିଏସନ ବିଲ ପାସ ହେଲା ପରେ ନୂଆ କାର୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହାସହ ବିଏସକେୱାଇ କାର୍ଡର ରୂପରେଖ ବଦଳିଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ।
ବିଏସକେୱାଇ କାର୍ଡ ଏବେ ଚାଲୁ ରହିଛି । ନୂଆ ଯୋଜନା ଆସିଲା ଯାଏଁ ଏହା ଜାରି ରହିବ। ଏବେ ସବୁ ସରକାରୀ ଓ ଘରୋଇ ହସ୍ପିଟାଲ୍ରେବିଏସକେଓ୍ବାଇଣ ଜାରି ରହିବ। ସମସ୍ତଙ୍କୁ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ମିଳିବ । ସେପ୍ଟେମ୍ବର ୧୦ତାରିଖରେ ଆପ୍ରୋପିଏସନ ବିଲ ପାସ ହେବ, ତା ପରେ ପର୍ୟ୍ୟାୟ କ୍ରମେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଲାଗୁହେବ । ଏବେ ବିଏସକେୱାଇ ଯେମିତି ଚାଲିବା କଥା ସେମିତି ଚାଲିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।
Powered by Froala Editor