ଜୟାଙ୍କ କଥା ଶୁଣି ଠୋ ଠୋ ହୋଇ ହସିଲେ ଧନଖର
ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ଶୁକ୍ରବାର ସଂସଦରେ ଯୋଗ ଦେଇଛନ୍ତି। ତେବେ ଶୁକ୍ରବାର ନିଜ ଅଭିଭାଷଣ ରଖିବା ସମୟରେ ସେ କହଛନ୍ତି, ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି.. ଏତିକି କଥା ଶୁଣିବା ମାତ୍ରେ ରାଜ୍ୟ ସଭା ସଭାପତି ଜଗଦୀପ ଧନଖର ଠୋଠୋ ହୋଇ ହସିଥିଲେ। ଏହି କାରଣ ରହିଛି ବଡ଼ ମଜାଦାର…
ନିକଟରେ ରାଜ୍ୟସଭାର ଉପସଭାପତି ହରିବଂଶ ସାଂସଦକୁ ଜୟା ଅମିତାଭ ବଚ୍ଚନ ବୋଲି ଡାକିବାରୁ ସେ କ୍ରୋଧିତ ହୋଇଯାଇଥିଲେ । ସାଂସଦ କହିଥିଲେ ଜୟା ବଚ୍ଚନ କହିଲେ ବି ମୋ ନାମ ସମ୍ପୂର୍ଣ୍ଣ ହେଉଛି। ତେବେ ଏହାର ଉତ୍ତର ଦେଇ ହରିବଂଶ କହିଥିଲେ,‘ ଏଠାରେ ଆପଣଙ୍କ ନାମ ‘ଜୟା ଅମିତାଭ ବଚ୍ଚନ’ ଲେଖାଯାଇଛି। ସେଥିପାଇଁ ମୁଁ ଏହାକୁ ଉଲ୍ଲେଖ କରିଛି।’ ଯାହାପରେ ଜୟା ପ୍ରଶ୍ନ ଉଠାଇଥିଲେ କି, ସବୁ ସ୍ତ୍ରୀ କାହିଁକି ତାଙ୍କ ସ୍ବାମୀଙ୍କ ପରିଚୟରେ ପରିଚିତ ହେବେ। ସେମାନଙ୍କର ବି ସ୍ବାଭିମାନ ଅଛି।
ତେବେ ଶୁକ୍ରବାର ସଂସଦରେ ଯେତେବେଳେ ଏମପି ‘ମୁଁ ଜୟା ଅମିତାଭ ବଚ୍ଚନ, ଆପଣଙ୍କୁ ପଚାରୁଛି..ବୋଲି କହିଥିଲେ। ଏହି ସମୟରେ ରାଜ୍ୟ ସଭା ସଭାପତି ଜଗଦୀପ ଧନଖର ଠୋଠୋ ହୋଇ ହସିଥିଲେ। ଠୋଠୋ ହୋଇ ହସିବା ପରେ ରାଜ୍ୟ ସଭାରେ ସଭାପତି ଜଗଦୀପ ଧନଖର କହିଥିଲେ, ‘ମୁଁ ଆପଣଙ୍କର ଓ ଅମିତାଭ ଉଭୟଙ୍କ ଫ୍ୟାନ।’ ଯାହାକୁ ଶୁଣି ଜୟା ହାତଯୋଡି ଥିଲେ।
Powered by Froala Editor