8 ପର୍ଯ୍ୟନ୍ତ ତେଲ ଅବିବରୁ କୌଣସି ବିମାନ ଚଳାଚଳ କରିବ ନାହିଁ : ଏୟାରଇଣ୍ଡିଆ
ଟାଟା ଗ୍ରୁପ୍ର ଏୟାର ଲାଇନ୍ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି । ଅଗଷ୍ଟ 8 ପର୍ଯ୍ୟନ୍ତ ତେଲ ଅବିବରୁ କୌଣସି ବିମାନ ଚଳାଚଳ କରିବ ନାହିଁ ବୋଲି ଏୟାରଇଣ୍ଡିଆ ପକ୍ଷରୁ କୁହାଯାଇଛି।
ସୂଚନା ଥାଉକି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଧିରେ ଧିରେ ତେଜିବାରେ ଲାଗିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଏୟାର ଇଣ୍ଡିଆ ଦିଲ୍ଲୀରୁ ତେଲ ଅବିବ୍ ଉଡ଼ାଣ ଭରିବାକୁ ଥିବା ଫ୍ଲାଇଟ୍ଗୁଡ଼ିକୁ ବାତିଲ୍ କରିଥିଲା। ଏହାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀରୁ ତେଲ ଅବିବ୍ ଯିବାକୁ ଥିବା ଏଆଇ ୧୩୯ ଫ୍ଲାଇଟ୍ ଏବଂ ତେଲ ଅବିବ୍ରୁ ଦିଲ୍ଲୀ ଆସିବାକୁ ଥିବା ଏଆଇ ୧୪୦ ଫ୍ଲାଇଟ୍ ବାତିଲ୍ କରିଦିଆଯାଇଛି । ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ 24 ଘଣ୍ଟିଆ ହେଲ୍ପଲାଇନ ନଂ ମଧ୍ୟ ଜାରି କରାଯାଇଛି। ଅଧିକ ସୂଚନା ପାଇଁ 011-69329333 / 011-69329999 ରେ କଲ୍ କରିପାରିବେ। ଏଥିରେ କୁହାଯାଇଛି ଯେ, ମଧ୍ୟପ୍ରାଚ୍ୟର କିଛି ଅଂଶରେ ଚାଲିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ତେଲ୍ ଆଭିଭକୁ ବିମାନ ଚଳାଚଳକୁ ସ୍ଥଗିତ ରଖାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏୟାର ଇଣ୍ଡିଆ ପରିଚାଳନାରେ ସମସ୍ୟା କରଣ ଦର୍ଶାଇ ତେଲ ଅବିବ୍ ଯିବାକୁ ଥିବା ଫ୍ଲାଇଟ୍ର ଉଡ଼ାଣକୁ ବାତିଲ୍ କରିଥିଲା। ଏୟାର ଇଣ୍ଡିଆ ଏନେଇ କହିଛି ଯେ, ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସ୍ଥିତିକୁ ନଜରରେ ରଖି ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor