ଭବାନୀ ଶଙ୍କର ଭୋଇ ବିଧାନସଭାର ନୂଆ ଉପବାଚସ୍ପତି ନିର୍ବାଚିତ

ଭବାନୀ ଶଙ୍କର ଭୋଇ ହେଲେ ବିଧାନସଭାର ନୂଆ ଉପବାଚସ୍ପତି । ସର୍ବସମ୍ମତିକ୍ରମେ ସେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ଭବାନୀ ଭୋଇ ଉପବାଚସ୍ପତି ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ସୁନ୍ଦରଗଡ଼ ଜିଲ୍ଲା ତଳସରା ସଂରକ୍ଷିତ ବିଧାନସଭା ଆସନରୁ ସେ ଲଗାତର ଦ୍ୱିତୀୟ ଥର ପାଇଁ ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ସେ ଉପବାଚସ୍ପତି ପଦ ଲାଗି ବିଧାନସଭା ସଚିବଙ୍କ ପାଖରେ ନାମାଙ୍କନ ଭରିଥିଲେ। ଭବାନୀ ଶଙ୍କର ଭୋଇଙ୍କୁ ଉପବାଚସ୍ପତି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝା ଗୃହରେ ପ୍ରସ୍ତାବ ରଖିଥିଲେ । ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମର୍ଥନ ଜଣାଇଥିଲେ । ପରେ ସର୍ବସମ୍ମତିକ୍ରମେ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇଙ୍କ ନାଁକୁ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ । ଗୃହରେ ଭବାନୀଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ଯ ଭବାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Powered by Froala Editor