ବିଧାନସଭାରେ ନବୀନଙ୍କ ବିବୃତି ବେଳେ ମାଇକ ଏବଂ ଲାଇଟ ବନ୍ଦ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ବର: ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ନବୀନ ବିବୃତି ଦେବା ସମୟରେ ତାଙ୍କ ମାଇକ ଏବଂ ଲାଇଟକୁ ବନ୍ଦ କରିଦିଆଯାଇଥିବା ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ବିଜେଡି କହିଛି ଯେ, ସୋମବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ପରେ ରାଜ୍ୟପାଳ ରଘୁବର ଦାସ, ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ନିଜ ଅଭିଭାଷଣ ଦେଇଥିଲେ। ହେଲେ ନବୀନ ଯେତେବେଳେ ଅଭିଭାଷଣ ଦେବା ଆରମ୍ଭ କଲେ, କିଛି ସମୟ ପରେ ତାଙ୍କ ମାଇକ ବନ୍ଦ କରିଦିଆଯାଇଥିଲା। ସେହିପରି ଲାଇଟ ଏବଂ କ୍ୟାମେରା ବି ବନ୍ଦ କରିଦିଆଯାଇଥିଲା। ଏହାଦ୍ଵାରା ଗୃହରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ଏବଂ ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି ବୋଲି କହିଛି।
Powered by Froala Editor