ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନମୋହନ
ଭୁବନେଶ୍ୱର : ପଦ୍ମଶ୍ରୀ କମଳା ପୂଜାରୀଙ୍କ ଆଜି ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। କୃଷି ଓ ସମାଜ ସୁଧାର କ୍ଷେତ୍ରରେ ସ୍ୱର୍ଗତାଃ ପୂଜାରୀଙ୍କ ଅବଦାନ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ସ୍ୱର୍ଗତାଃ ପୂଜାରୀ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଦେଶୀ ଧାନ,ବିହନ ସଂରକ୍ଷଣ କରିବା ସହ ଜୈବିକ ଚାଷ କରି ଦେଶରେ ଉଦାହରଣ ସୃଷ୍ଟି କରିଥିଲେ। ସ୍ୱର୍ଗତାଃ ପୂଜାରୀଙ୍କ ପରଲୋକ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ୱର୍ଗତାଃ ପୂଜାରୀଙ୍କ ବିୟୋଗରେ ବିଜେପିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ସ୍ୱର୍ଗତାଃ ପୂଜାରୀଙ୍କ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି।
Powered by Froala Editor