ଅନୁକମ୍ପା ରାଶି, ମେଡାଲ ଓ ଦଲିଲ ପତ୍ର ସହ ବାପଘର ପଳାଇଲେ ଶହୀଦ ଅଂଶୁମାନଙ୍କ ପତ୍ନୀ
ସିଆଚୀନରେ ଶହୀଦ ହୋଇଥିବା କ୍ୟାପ୍ଟେନ ଅଂଶୁମାନ ସିଂହଙ୍କୁ ନିକଟରେ କିର୍ତ୍ତୀ ଚକ୍ର(ମରଣୋତ୍ତର) ସମ୍ମାନରେ ସମ୍ମାନିତ କରିଛନ୍ତି ଭାରତ ସରକାର। କିନ୍ତୁ ଅଂଶୁମାନଙ୍କ ପତ୍ନୀ ପୁଅର ସବୁ ସ୍ମୃତି ସହିତ କିର୍ତ୍ତୀ ସମ୍ମାନ ମଧ୍ୟ ବାପଘରକୁ ନେଇ ଯାଇଥିବା ତାଙ୍କ ବାପା ମାଆ ଅଭିଯୋଗ କରିଛନ୍ତି। ପୁଅ ଶହୀଦ ହେବା ପରେ ପରେ ବୋହୂ ଆମ ସହ ରହୁନି। ହେଲେ ପୁଅର ସବୁ ଟଙ୍କା ସେ ନେଉଛି। ଏବେ ଏଭଳି ଦାବି କରି ଚର୍ଚ୍ଚାରେ ଅଛନ୍ତି ଅଂଶୁମାନଙ୍କ ମାତାପିତା।
ଗତ ବର୍ଷ ଜୁଲାଇରେ ସିଆଚୀନରେ ଅଗ୍ନିକାଣ୍ଡ ଘଟଣାରେ ଶହୀଦ ହୋଇଥିଲେ କ୍ୟାପଟେନ ଅଂଶୁମାନ ସିଂ। ବିବାହର ମାତ୍ର ୫ମାସ ପରେ ଏହି ଘଟଣା ଘଟିଥିଲା। ଅଂଶୁମାନ ସହିଦ୍ ହେବା ପରେ ପତ୍ନୀ ସ୍ମୃତି ସିଂହ ଶାଶୁ-ଶଶୁରଙ୍କୁ ଛାଡ଼ି ଅଲଗା ରହିଥିଲେ। ଏବେ ପରିବାର ପୁଅକୁ ହରାଇବା ସହ ପୁଅକୁ ମିଳୁଥିବା ଅନୁକମ୍ପା ରାଶି ପାଇପାରୁନଥିବା କହିଛନ୍ତି।
ଅଂଶୁମାନଙ୍କ ବାପା ମାଆ ଅଭିଯୋଗ କରିଛନ୍ତି ଯେ, ବହୂ ସ୍ମୃତି ଅଂଶୁମାନଙ୍କ ଫଟୋ ଆଲବମ୍, ପୋଷାକ ଏବଂ ଅନ୍ୟାନ୍ୟ ସ୍ମୃତି ସହିତ ସରକାର ଦେଇଥିବା କିର୍ତ୍ତୀ ଚକ୍ର ସମ୍ମାନକୁ ମଧ୍ୟ ଗୁରୁଦାସପୁରର ବାପଘରକୁ ନେଇ ଯାଇଛନ୍ତି। କେବଳ ଏତିକି ନୁହେଁ, ଶହୀଦ ପୁଅର ଦଲିଲରେ ମଧ୍ୟ ସ୍ଥାୟୀ ଠିକଣା ଲକ୍ଷ୍ନୌ ବଦଳରେ ଗୁରୁଦାସପୁରକୁ ବଦଳାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଶହୀଦ ଅଂଶୁମାନଙ୍କ ପତ୍ନୀ ସ୍ମୃତିଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
Powered by Froala Editor