ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଘୋଷଣା
ସରକାର ଜୁନ୍ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଘୋଷଣା କରିଛନ୍ତି। ଏଥିସହ ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଜେ ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜୁନ୍ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ଘୋଷଣା କରିବା ନେଇ ସୂଚନା ଦେଇଛନ୍ତି।
୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଏମର୍ଜେନ୍ସି ଲାଗୁ କରିଥିଲେ। ଏହା ଗଣତନ୍ତ୍ର ଉପରେ ଆକ୍ରମଣ ଥିଲା ବୋଲି କହି ଜୁନ ୨୫କୁ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ ବୋଲି ଶ୍ରୀ ଶାହ କହିଛନ୍ତି।
ସେ ଏ ସମ୍ପର୍କରେ ଏକ୍ସରେ ଉଲ୍ଲେଖ କରି କହିଛନ୍ତି ଯେ “୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏକଛତ୍ରବାଦୀ ମାନସିକତାକୁ ପ୍ରଦର୍ଶିତ କରି ଦେଶରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଥିଲେ। ସେ ଏପରି କରି ଭାରତୀୟ ଗଣତନ୍ତ୍ରର ଆତ୍ମାର ତଣ୍ଟି ଚିପି ଦେଇଥିଲେ। ଗଣତନ୍ତ୍ରର ସୁରକ୍ଷା ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅମର ଜ୍ୟୋତିକୁ ପ୍ରତ୍ୟେକ ଭାରତୀୟଙ୍କ ଭିତରେ ବଞ୍ଚାଇ ରଖିବା ପାଇଁ ‘ସମ୍ବିଧାନ ହତ୍ୟା ଦିବସ’ କାର୍ଯ୍ୟ କରିବ, ଯାହାଫଳରେ ଭବିଷ୍ୟତରେ କଂଗ୍ରେସ ପରି କୌଣସି ଏକଛତ୍ରବାଦୀ ମାନସିକତା ଏହାର ପୁନରାବୃତ୍ତି କରିପାରିବ ନାହିଁ।
ବିଜେପି ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଥିବା କଂଗ୍ରେସ ଓ ବିରୋଧୀ ଦଳ ଗୁଡ଼ିକ କହି ଆସୁଛନ୍ତି। ହେଲେ ବିଜେପି ଏବେ ଏହାକୁ କାଉଣ୍ଟର କରିବା ପାଇଁ ସମ୍ବିଧାନ ହତ୍ୟା ଦିବସ ପାଳନ କରିବାକୁ ଘୋଷଣା କରିଛି।
Powered by Froala Editor