ମର୍ମନ୍ତୁଦ ଦୁର୍ଘଟଣା:ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍
ପାରାଦୀପ: ପାରାଦୀପ ଦୋଛକିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହୋମଗାର୍ଡଙ୍କ ଉପରେ ମାଡିଗଲା ଟ୍ରକ୍। ରାତିରେ ଡ୍ୟୁଟିରେ ଥିବାବେଳେ ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ୍। ମୃତକ ରାଜନ୍ ପ୍ରଧାନ ବୋଲି ଜଣାପଡିଛି। ରାଜନ୍ ଲକ୍ ଥାନାରେ କାର୍ଯ୍ୟରତ ଥିଲେ। ହୋମଗାର୍ଡଙ୍କ ମୃତ୍ୟୁ ପ୍ରତିବାଦରେ ବାଲିଡିଆ ଗାଁ ଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
Powered by Froala Editor