ଭୂସ୍ଖଳନ: ନଦୀକୁ ଖସି ପଡିଲା ବସ୍, ୭ ମୃତ
କାଠମାଣ୍ଡୁ: ନେପାଳ ଭୂସ୍ଖଳନ ହେତୁ ଏକ ନଦୀକୁ ବସ୍ ଖସିପଡ଼ିବା ପରେ ୭ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଦୁଇଟି ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଶିକାର ହେବା ପରେ ଏଥିରେ ୭ ଜଣ ଭାରତୀୟ ମୃତକଙ୍କ ସହ ଅନେକ ଆହତ ମଧ୍ୟ ହୋଇଛନ୍ତି।
ଦୁଇଟି ବସ୍ ୬୫ଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ତ୍ରିସୁଳୀ ନଦୀରେ ଖସି ପଡ଼ିଥିବାର ଜାଣିବାକୁ ମିଳିଛି। ଚିତ୍ରୱାନ୍ ଜିଲ୍ଲାର ନାରାୟଣଘାଟ-ମଗଲିଂ ରାସ୍ତାର ସିମାଲ୍ଟଲ୍ ଅଞ୍ଚଳରେ ଭୂସ୍ଖଳନ ହେବା ହେତୁ ଏହି ଦୁର୍ଘଟଣା ଘଟିଥିବା ମାଇରପବ୍ଲିକା ନ୍ୟୁଜ୍ ପୋର୍ଟାଲ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।ମୃତ୍ୟୁବରଣ କରିଥିବା ୭ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବସ୍ ମଧ୍ୟରୁ ଗୋଟିଏ ବୀରଗୁଞ୍ଜରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ଲଗାତାର ବର୍ଷା ହେତୁ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ସଡ଼କ ବିଭାଗର ଅଧିକାରୀମାନେ ନାରାୟଣଘାଟ-କାଠମାଣ୍ଡୁ ରାସ୍ତାକୁ ୧୫ ଦିନ ବନ୍ଦ କରିଦେଇଥିଲେ। ଏହା ସତ୍ତ୍ବେ ଟ୍ରାଫିକ୍ ପୁନରୁଦ୍ଧାର କରାଯାଇଥିଲା।
ବସ୍ ଗୁଡିକ ରାଜପଥରେ ଯାତ୍ରା କରୁଥିବା ବେଳେ ଭୂସ୍ଖଳନ ଘଟିବାରୁ ରାସ୍ତାରୁ ନଦୀକୁ ଠେଲି ହୋଇ ଯାଇଥିଲା। ଉଭୟ ବସ୍ ଡ୍ରାଇଭର ସମେତ ମୋଟ ୬୫ ଜଣ ନଦୀରେ ପଶି ଯାଇଥିଲେ।
Powered by Froala Editor