ତୃତୀୟ ଶ୍ରେଣୀର ଝିଅକୁ ଗଣଦୁଷ୍କର୍ମ ପରେ ହତ୍ୟା
ଆନ୍ଧ୍ରପ୍ରଦେଶର ନନ୍ଦିଆଲ ଜିଲ୍ଲାର ଜଣେ ଆଠ ବର୍ଷର ନାବାଳିକାକୁ ତିନିଜଣ ନାବାଳକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ଶରୀରକୁ କେନାଲରେ ପକାଇ ଦେଇଥିବା ସୂଚନା ରହିଛି। ଏପରି ଜଘନ୍ୟ କାଣ୍ଡ ଆଉ କେହି ନୁହେଁ, ସେହି ସ୍କୁଲରେ ପଢୁଥିବା ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ଘଟାଇଛନ୍ତି।
ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ଜଣେ ତୃତୀୟ ଶ୍ରେଣୀର ଛାତ୍ରୀ ଗତ ରବିବାର(ଜୁଲାଇ ୭)ରେ ମୁଚୁମାରି ଅଞ୍ଚଳରେ ଥିବା ଏକ ପାର୍କରେ ଖେଳୁଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କୌଣସି ସନ୍ଧାନ ନ ମିଳିବାରୁ ଏନେଇ ତାଙ୍କ ବାପା ଥାନାରେ ନିଖୋଜ ଅଭିଯୋଗ କରିଥିଲେ।
ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ପଡୋଶୀ ଏବଂ ସ୍କୁଲ୍ ପିଲାମାନଙ୍କୁ ପଚରା ଉଚରା କରିଥିଲା। ତଦନ୍ତ ସମୟରେ ଛାତ୍ରୀ ଜଣକ ପଢୁଥିବା ସ୍କୁଲର କିଛି ଛାତ୍ର ତାଙ୍କୁ ଦୁଷ୍କର୍ମ ପରେ ମାରି ଫିଙ୍ଗି ଦେଇଥିବା ସ୍ୱୀକାର କରିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ୧୨ ବର୍ଷ ବୟସ୍କ ଷଷ୍ଠ ଶ୍ରେଣୀରେ ପଢୁଥିଲେ ଓ ତୃତୀୟ ନାବାଳକ ଜଣକକୁ ୧୩ ବର୍ଷ ବୟସ ହୋଇଥିବା ବେଳେ ସେ ସପ୍ତମ ଶ୍ରେଣୀର ଛାତ୍ର। ସମସ୍ତ ଅଭିଯୁକ୍ତ ଓ ପୀଡ଼ିତା ସେଇ ସମାନ ସ୍କୁଲ୍ର ଛାତ୍ର ଥିଲେ।
ସ୍ନିଫର୍ କୁକୁର ପୁଲିସକୁ ତିନି ନାବାଳକ ପୁଅଙ୍କ ବାସଭବନକୁ ନେଇ ଯାଇଥିଲା। ପ୍ରାଥମିକ ଅନୁସନ୍ଧାନ ପରେ ନାବାଳକମାନଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ପୁଅମାନେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।
Powered by Froala Editor