ଯେମିତି ଅଯୋଧ୍ୟାରେ ହରାଇଥିଲୁ, ସେହିପରି ଗୁଜରାଟରେ ବିଜେପିକୁ ହରାଇବୁ
ଲୋକସଭା ନିର୍ବାଚନରେ ଭଲ ଫଳାଫଳ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୋବଳ ବୃଦ୍ଧି ପାଇଛି । ଏବେ ତାଙ୍କ ଆଖି ଗୁଜରାଟ ବିଜୟ ଉପରେ ଅଛି । ଉତ୍ତର ପ୍ରଦେଶର ଅଯୋଧ୍ୟା ଭଳି ଗୁଜରାଟରେ ନରେନ୍ଦ୍ର ମୋଦି ଓ ବିଜେପିର ଅନ୍ୟ ନେତାମାନଙ୍କୁ ‘ଆମେ ହରାଇବୁ’ ବୋଲି ରାହୁଲ ଗାନ୍ଧି କହିଛନ୍ତି। ଶନିବାର ଦିନ ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଆସି ସଂସଦରେ ଦେଇଥିବା ଆହ୍ବାନକୁ ଦୋହରାଇଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି, “ଆମେ ଏକାଠି ସେମାନଙ୍କୁ(ବିଜେପି) ଗୁଜରାଟରେ ହରାଇବାକୁ ଯାଉଛି। ଯେମିତି ଅଯୋଧ୍ୟାରେ ଆମେ ସେମାନଙ୍କୁ ହରାଇଥିଲୁ, ଠିକ ସେହିପରି ଗୁଜରାଟରେ ନରେନ୍ଦ୍ର ମୋଦି ଓ ବିଜେପିକୁ ହରାଇବୁ।” ବିଜେପି କର୍ମୀମାନେ କଂଗ୍ରେସ କାର୍ଯ୍ୟାଳୟ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଆଗାମୀ ଦିନରେ ଆମେ ଗୁଜରାଟରେ ବିଜେପି ସରକାରକୁ ଭାଙ୍ଗିବୁ।
ରାହୁଲ ଗାନ୍ଧୀ ଅନୁଭବ କରୁଛନ୍ତି ଯେ ଯଦି ଅଯୋଧ୍ୟାରେ ବିଜେପି ପରାସ୍ତ ହୋଇପାରିଛି ତେବେ ଗୁଜରାଟରେ ମଧ୍ୟ ଏହା ସମ୍ଭବ। ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ରାହୁଲ ଗାନ୍ଧୀ ମଧ୍ୟ ବହୁତ ଉତ୍ସାହିତ ଏବଂ ତାଙ୍କର ଏକ ବଡ଼ ଆଶା ଅଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଲୋକସଭା ନିର୍ବାଚନରେ ୫୫ ଟି ଆସନ ଏପରି ଥିଲା ଯେଉଁଠାରେ କଂଗ୍ରେସ ବିଜେପି ଅପେକ୍ଷା ଅଧିକ ଭୋଟ୍ ପାଇଥିଲା। ଏହା ଦର୍ଶାଉଛି ଯେ ଲୋକଙ୍କ ମଧ୍ୟରେ କଂଗ୍ରେସ ପ୍ରତି ଆକର୍ଷଣ ବୃଦ୍ଧି ପାଇଛି।
ସାଧାରଣ ନିର୍ବାଚନରେ ବିଜେପି କାହିଁକି ଅଯୋଧ୍ୟାରେ ହାରିଲା, ସେକଥା ମଧ୍ୟ ରାହୁଲ ଗାନ୍ଧି କହିଛନ୍ତି। ସେ କହିଛନ୍ତି, “ପ୍ରଥମତଃ ରାମ ମନ୍ଦିର ପାଇଁ ଅଯୋଧ୍ୟାରେ ଥିବା ଅଞ୍ଚଳକୁ ସଫା କରିବା ଉଦ୍ଦେଶ୍ୟରେ ଲୋକଙ୍କ ଠାରୁ ଜମି ନିଆଯାଇଥିଲା। କିନ୍ତୁ ଆଜିକା ଦିନକରେ ମଧ୍ୟ ନରେନ୍ଦ୍ର ମୋଦି ସରକାର ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିନାହାନ୍ତି।
Powered by Froala Editor