ସାମ ପିଟ୍ରୋଡା ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ

କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପୁଣିଥରେ ସାମ୍ ପିଟ୍ରୋଡାଙ୍କୁ ଓଭରସିଜ କଂଗ୍ରେସର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଏନେଇ ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ୍ ବୟାନ ଜାରି କରିଛନ୍ତି । ଗାନ୍ଧୀ ପରିବାରର ଖାସ ନେତା ଭାବେ ଜଣାଶୁଣା ସାମ ପିଟ୍ରୋଡା, ଲୋକସଭା ନିର୍ବାଚନ ସମୟରେ ବର୍ଣ୍ଣବାଦକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ବିବାଦ ଦେଖାଦେବାରୁ ସେ ଇସ୍ତଫା ଦେଇଥିଲେ ।
ତେବେ ପୁଣି କଂଗ୍ରେସ ତାଙ୍କୁ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ପଦ ଦେଇଛି ।ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ଭାବେ ସାମଙ୍କୁ ଦାୟିତ୍ୱ ଦିଆଯିବା ପରେ ଓଭରସିଜ କଂଗ୍ରେସ ସଚିବ ବିରେନ୍ଦ୍ର ବଶିଷ୍ଠ କହିଛନ୍ତି, “ସାମ ଭାରତରେ ସଂଚାର ବିପ୍ଳବର ପିତା ଏବଂ ନିର୍ବାଚନରେ ଲାଭ ପାଇଁ ବିଜେପି ତାଙ୍କ ବିବୃତ୍ତିକୁ ଭୁଲ ଭାବେ ଉପସ୍ଥାପନ କରିଥିଲା । ଯଦି କଂଗ୍ରେସ ନେତୃତ୍ୱ ପୁଣି ଥରେ ସାମ୍ ପିଟ୍ରୋଡାଙ୍କୁ ଓଭରସିଜ କଂଗ୍ରେସ ଦାୟିତ୍ୱ ଦେଇଛନ୍ତି, ତେବେ ପ୍ରବାସୀ ଭାରତୀୟମାନେ ବହୁତ ଖୁସି ହେବେ, କାରଣ ସାମ୍ ପିଟ୍ରୋଡା ଜଣେ ପ୍ରକୃତ ଗାନ୍ଧୀବାଦି ।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭାର ବିରୋଧୀ ଦଳ ନେତା ଭାବେ ଘୋଷଣା କରାଯିବାର ଗୋଟିଏ ଦିନ ପରେ ସାମଙ୍କୁ ବଡ଼ ନିଯୁକ୍ତି ଦିଆଯାଇଛି । ଅଷ୍ଟାଦଶ ଲୋକସଭା ନିର୍ବାଚନରେ ଭାଜପା ପରେ କଂଗ୍ରେସ ଦ୍ୱିତୀୟ ସର୍ବବୃହତ୍ ଦଳ ଭାବେ ଉଭା ହୋଇଛି । ଇଣ୍ଡିଆ ମେଣ୍ଟ ବୈଠକରେ ଗତ ୨୫ ତାରିଖ ଦିନ ରାହୁଲଙ୍କୁ ବିପକ୍ଷ ଦଳର ନେତା ଭାବେ ଘୋଷଣା କରାଯାଇଥିଲା ।
Powered by Froala Editor