୯ରୁ ଅଧିକ ସିମ୍ କିଣିଲେ ହୋଇପାରେ ୩ ବର୍ଷ ଜେଲ ଦଣ୍ଡ
ନୂଆ ଟେଲିକମ ଆଇନ-୨୦୨୩ ଲାଗୁ ହେବାକୁ ଯାଉଛି । ନୂଆ ଟେଲିକମ୍ ଆଇନରେ ସିମ୍ କାର୍ଡ କିଣିବା ଏବଂ ନକଲି ସଂଯୋଗ, କଲ୍ ଟ୍ୟାପିଂ ପାଇଁ କଠୋର ବ୍ୟବସ୍ଥା ରହିଛି। ଗତ ବର୍ଷ ଡିସେମ୍ବରରେ କେନ୍ଦ୍ର ସରକାର ନୂତନ ଟେଲିକମ୍ ବିଲକୁ ଲୋକସଭାରେ ଆଗତ କରିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା । ବର୍ତ୍ତମାନ ଏହି ଆକ୍ଟର କିଛି ଧାରା ଜୁନ୍ ୨୬ରୁ ଲାଗୁ କରାଯିବ । ଏହି ନୂଆ ଟେଲିକମ୍ ଆକ୍ଟ୍ ୯ରୁ ଉଦ୍ଧ୍ୱର୍ ସିମ୍ କାର୍ଡ଼ କ୍ରୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ ।
ଟେଲିକମ୍ ଆକ୍ଟ ୨୦୨୩ ପୁରୁଣା ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ ୧୮୮୫କୁ ରିପ୍ଲେସ୍ କରିବ । କୌଣସି ବ୍ୟକ୍ତିର ଆଧାର କାର୍ଡ଼ ସହ ୯ଟି ସିମ୍ କାର୍ଡ଼ ସଂଯୋଗ ହୋଇଥିଲେ ତାକୁ ପ୍ରଥମ ଅପରାଧ ପାଇଁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହା ସହ ଭୁଲର ପୁନରାବୃତ୍ତି ହେଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଏହା ବ୍ୟତୀତ ଜାଲ ଉପାୟରେ(ସିମ୍ କାର୍ଡ଼ ସ୍ପୁଫିଂ ) ୟୁଜର ଆଇଡିର ବ୍ୟବହାର କରି ସିମ୍ କାର୍ଡ଼ କ୍ରୟ କରାଯାଏ ତେବେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୫୦ ଲକ୍ଷ ଟଙ୍କାର ଜରିମାନା ହୋଇପାରେ କିମ୍ବା ଉଭର ଜେଲ ଓ ଜରିମାନା ଦେବାକୁ ପଡ଼ିବ । ଏହାବ୍ୟତୀତ ଟେଲିକମ୍ ଅପରେଟରମାନଙ୍କୁ କେବଳ ବାୟୋମେଟ୍ରିକ୍ ଆଧାରିତ ପରିଚୟ ଅର୍ଥାତ୍ ଆଧାର କାର୍ଡ ଜରିଆରେ ବ୍ୟବହାରକାରୀଙ୍କୁ ଯାଞ୍ଚ କରିବାକୁ ପଡ଼ିବ।
Powered by Froala Editor