ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ପରିବାର : ୮ ମାସର ଶିଶୁ ସହ ୫ ମୃତ
ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ସଂପର୍କୀୟଙ୍କ ବାହାଘର ସାରି ଫୋରୁଥିବା ବେଳେ ଟ୍ରକ୍ ଧକ୍କା ଦେବାରୁ ୫ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତ ୫ଜଣ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ, ମୃତ ପରିବାର ସରାୟରୁ ଏକ ବିବାହ ଭୋଜି ସାରି ଗୋଟିଏ ବାଇକରେ ଜୌନପୁରସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଉକ୍ତ ବାଇକକୁ ଜୋରରେ ଧକ୍କା ଦେଇଥିଲା। ଏହି ଧକ୍କାରେ ବାଇକରେ ବସିଥିବା ୫ଜଣ ସଦସ୍ୟ ରାସ୍ତାକୁ ଛିଟିକି ପଡ଼ିଥିଲେ ଆଉ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ବିକାଶ, ସୁମ୍ମରି, ଦିୱାନା, ଲକ୍ଷ୍ମୀ ଓ ଏକ ଶିଶୁ ରହିଛନ୍ତି। ମୃତ ଶିଶୁ ଜଣକ ମାତ୍ର ୮ମାସ ହୋଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ସେଠାରେ ପହଞ୍ଚିବା ସହିତ ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସହ ଡ୍ରାଇଭରକୁ ପୁଲିସ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ତେବେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଜିଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଅନ୍ତିମ ସଂସ୍କାର ତ଼୍ବରାନ଼୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor