କଲ୍କୀ କ୍ରେଜ୍ : ରିଲିଜ ପୂର୍ବରୁ ୩୫୦ କୋଟିରୁ ଅଧିକ ଆୟ
ଫିଲ୍ମ 'କଲ୍କୀ 2898 AD'ର ଟ୍ରେଲର ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମ ଦେଖିବାକୁ ନେଇ ଉତ୍ସାହ ବହୁତ ବଢିଯାଇଛି । ତେବେ ନିର୍ମାତାମାନେ ଫିଲ୍ମକୁ ନେଇ କିଛି ନା କିଛି ପୋଷ୍ଟ ସେୟାର କରିବାକୁ ଲାଗିଛନ୍ତି । ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ଟ୍ରେଲର ସାମ୍ନାକୁ ଆଣିଛନ୍ତି ।
ଦ୍ୱିତୀୟ ଟ୍ରେଲରର ନାମ ହେଉଛି 'କଲ୍କୀ 2898 AD' ଫାଇନାଲ୍ ଓ୍ଵାର । ଏହି ଟ୍ରେଲର ରିଲିଜ ହେବା ପରଠାରୁ ଦର୍ଶକ ଫିଲ୍ମକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମ ସିନେମା ଘରକୁ ଆସିବା ପୂର୍ବରୁ ଦର୍ଶକଙ୍କ ଗହଣରେ ଏହାର କ୍ରେଜ୍ ବଢ଼ିବାରେ ଲାଗିଛି । ପିଙ୍କଭିଲାର ଏକ ରିପୋର୍ଟ ଅନୁସାରେ, 'କଲ୍କୀ 2898 AD' ର ପ୍ରି-ରିଲିଜ୍ ବିଜନେସ୍ ୩୫୦ କୋଟିରୁ ଅଧିକ ହେବ ।
ଆନ୍ଧ୍ର ପ୍ରଦେଶରେ ଫିଲ୍ମ ୮୫ କୋଟି ଟଙ୍କା ହିସାବରେ ବିକ୍ରି ହୋଇଛି । ସିଡେଡ୍ ରାଇଟସ୍ ୨୭ କୋଟି ଟଙ୍କାରେ ଏବଂ ନିଜାମ ରାଇଟସ୍ ୭୦ କୋଟି ଟଙ୍କାରେ ବିକ୍ରି କରାଯାଇଛି । ଏହି ଭଳି ଫିଲ୍ମର ମୋଟ ଏପିଟିଏସ୍ ବିଜନେସ୍ ୧୮୨ କୋଟି ଟଙ୍କା ହେବ । ଏହା ବ୍ୟତୀତ ପିଲ୍ମ ତାମିଲନାଡୁ ଏବଂ କେରଳରେ ୨୨ କୋଟି ଟଙ୍କାର ଡିଲ ଫିକ୍ସ କରିଛି । କର୍ଣ୍ଣାଟକରେ ଫିଲ୍ମର ବିଜେନେସ୍ ୩୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କଳକୀର ଓଭରସିଜ୍ ଥ୍ରେଟିକାଲ ବ୍ୟବସାୟ ପ୍ରାୟ ୭୦ କୋଟି ଟଙ୍କା । ଫିଲ୍ମର ପ୍ରି-ରିଲିଜ୍ ବ୍ୟବସାୟରୁ ଜଣାପଡ଼ୁଛି ନିର୍ମାତା ବିଶ୍ବବ୍ୟାପୀ ୭୦୦ କୋଟି ଟଙ୍କା ରୋଜଗାର କରିବାକୁ ଆଶା ରଖିଛନ୍ତି ।
ଫିଲ୍ମ 'କଲ୍କୀ 2898 AD' ଫାଇନାଲ୍ ଓ୍ଵାର 'ରେ ଅଶ୍ୱତଥାମା ଶେଷ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । ଯେଉଁଥିରେ ସମସ୍ତେ ଆକ୍ସନ୍ ଲୁକ୍ରେ ଦେଖିବାକୁ ମିଳିଛନ୍ତି । ୬୦୦ କୋଟି ଟଙ୍କା ବଜେଟରେ ନିର୍ମିତ ଫିଲ୍ମ 'କଲ୍କୀ 2898 AD ଆଜି ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଭାରତୀୟ ଫିଲ୍ମ ହେବାକୁ ଯାଉଛି । ନିର୍ମାତାମାନେ ଦାବି କରିଛନ୍ତି ଯେ ଏହି ଫିଲ୍ମ ଏକ ଭିନ୍ନ ଏବଂ ସୁନ୍ଦର ଅନୁଭୂତି ଦେବ । ନାଗ ଅଶ୍ୱିନଙ୍କ ଦ୍ୱାରା ଲିଖିତ ଅର୍ଥାତ ନିର୍ଦ୍ଦେଶିତ ଏହି ଫିଲ୍ମଟି ବୈଜୟନ୍ତୀ ମୁଭିସ୍ ଦ୍ୱାରା ନିର୍ମିତ । ପ୍ରଭାସ ଫିଲ୍ମ 'କଲ୍କୀ 2898 AD ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ସହ ଦୀପିକା ପାଦୁକୋନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ତେବେ ଫିଲ୍ମ 'କଲ୍କୀ 2898 AD ଜୁନ୍ ୨୭ରେ ସିନେମା ହଲ୍ ମୁକ୍ତିଲାଭ କରିବାକୁ ଯାଉଛି ।
Powered by Froala Editor