ମାଷ୍ଟରମାଇଣ୍ଡ ସହ ସୋଲଭର ଗ୍ୟାଙ୍ଗର ୬ ଗିରଫ
ନିଟ୍ ପେପର ଲିକ୍ ମାମଲାରେ ବିହାର ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଝାଡଖଣ୍ଡର ଦେଓଘର ଜିଲ୍ଲାରୁ ବିହାର ପୁଲିସ ୬ ଜଣଙ୍କୁ ବିହାର ଅଣାଯାଇଛି। ଅଭିଯୁକ୍ତମାନେ ହେଲେ ପରମଜିତ୍ ସିଂହ ଓରଫ ବିଟ୍ଟୁ, ଚିଣ୍ଟୁ ଓରଫ ବଳଦେବ କୁମାର, କାଜୁ ଓରଫ ପ୍ରଶାନ୍ତ କୁମାର, ଅଜିତ କୁମାର, ରାଜୀବ କୁମାର ଓରଫ କାରୁ (ସମସ୍ତେ ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା) ।ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ (STF) ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଗିରଫ କରିଛି।
ରବି ଅତ୍ରି ସମେତ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ 'ସୋଲଭର ଗ୍ୟାଙ୍ଗ୍' ମାଧ୍ୟମରେ ସୋଶାଲ ମିଡିଆରେ ପଶ୍ନପତ୍ର ଲିକ୍ କରାଇଥିବା ଅଭିଯୋଗ ହୋଇଛି। 5 ଜଣ ଅଭିଯୁକ୍ତ ଗିରଫ ହେବା ପରେ ମାଷ୍ଟରମାଇଣ୍ଡର ଟେର୍ ପାଇଥିଲା ପୁଲିସ।
ଦେଓଘର ସଦର ଏସଡିପିଓ ରିତ୍ବିକ ଶ୍ରୀବାସ୍ତବ କହିଛନ୍ତି, ବିହାର ପୁଲିସ ଆମକୁ ସୂଚନା ଦେଇଥିଲା। ଆମ ପରିଚୟ ଆଧାରରେ ସେମାନଙ୍କୁ ଅଟକ ରଖାଯାଇଥିଲା। ସମସ୍ତ ସନ୍ଦିଗ୍ଧଙ୍କୁ ବିହାର ନିଆଯାଇଛି। ସନ୍ଦିଗ୍ଧମାନେ ଝୁନୁ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଘରେ ରହୁଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
Powered by Froala Editor