କେଜ୍ରିୱାଲଙ୍କ ଜାମିନ ଅର୍ଡର ଉପରେ ରୋକ୍ ଲଗାଇଲେ ଉଚ୍ଚ ନ୍ୟାୟାଳୟ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବେଲ୍ ପାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ଲାଗିଛି ଝଟକା। ଏହି ମାମଲା ଉପରେ ରାଉଜ ଆଭେନ୍ୟୁ କୋର୍ଟ ଦେଇଥିବା ବେଲ୍ ଅର୍ଡର ଉପରେ ରୋକ୍ ଲଗାଇଛନ୍ତି ଉଚ୍ଚ ନ୍ୟାୟାଳୟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଆବେଦନ ଉପରେ ଶୁଣାଣି ନ ସରିବା ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଜାମିନରେ ଯାଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି, ଗତକାଲି ରାଉଜ ଆଭିନ୍ୟୁ କୋର୍ଟ କେଜ୍ରିୱାଲ ଙ୍କୁ ଦେଇଥିବା ଜାମିନ ନିର୍ଦ୍ଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ଇଡି। ଆଜି ଏହି ମାମଲା ଉପରେ ଶୁଣାଣି କରାଯାଉଛି। ଶୁଣାଣି ଶେଷ ନ ହେବା ପର୍ୟ୍ୟନ୍ତ ବେଲରେ ବାହାରି ପାରିବେନି କେଜ୍ରିୱାଲ।
Powered by Froala Editor