କଂଗ୍ରେସ ଭବନ ଭିତରେ ପିସିସି ସଭାପତିଙ୍କୁ କାଳିମାଡ଼
ଭୁବନେଶ୍ୱର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ କରାଯିବା ଭଳି ଏକ ଖବର ସାମନାକୁ ଆସିଛି । ତେବେ କେଉଁ ଶୋଭାଯାତ୍ରା କି ରାସ୍ତାରେ ଯାଉଥିବାବେଳେ ଏହି କାଳିମାଡ଼ ହୋଇନି, ବରଂ କଂଗ୍ରେସ ଭବନ ଭିତରେ ହିଁ ଏଭଳି ଅଭାବନୀୟ ଘଟଣା ଘଟିଛି ।
ଶରତ ପଟ୍ଟନାୟକ ଆଜି କଂଗ୍ରେସ ଭବନସ୍ଥିତ ତାଙ୍କ ଚାମ୍ବରରେ ବସିଥିଲେ । ତେବେ ହଠାତ କିଛି ଯୁବକ ତାଙ୍କ ଚାମ୍ବର ଭିତରକୁ ପଶିଯାଇଥିଲେ । କେହି କିଛି ବୁଝିବା ଆଗରୁ ସମ୍ପୃକ୍ତ ଯୁବକମାନେ ଶରତ ପଟ୍ଟନାୟକଙ୍କୁ ଉପରକୁ କାଳିମାଡ଼ କରିଥିଲେ । ତେବେ ସମ୍ପୃକ୍ତ ଯୁବକମାନେ ଅସନ୍ତୁଷ୍ଟ ଗୋଷ୍ଠୀର ବୋଲି କୁହାଯାଇଛି । ତେବେ ଏଭଳି ଘଟଣା ପରେ କଂଗ୍ରେସର ପୁରୁଣା ରୋଗ ଫେରିଥିବା କୁହାଯାଉଛି । କାରଣ କଂଗ୍ରେସରେ ଯେତେ ପ୍ୟାଚ ପକାଇଲେ ବି ଗୋଷ୍ଠୀ କନ୍ଦଳ ସବୁବେଳେ ଜଳଜଳ ଦେଖାଯାଇଥାଏ । ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟନକୁ ନେଇ କଂଗ୍ରେସ ଭବନରେ ହୋହାଲ୍ଲା ହୋଇଥିବାବେଳେ ଏବେ ନିର୍ବାଚନ ପରେ ପିସିସି ସଭାପତିଙ୍କୁ କାଳିମାଡ଼ କରାଯିବା ଘଟଣା ପରେ କଂଗ୍ରେସରେ ସବୁ ଠିକ ଚାଲିନି ବୋଲି କୁହାଯାଇପାରେ ।
Powered by Froala Editor