ବିଧାନସଭାକୁ ସାଇକେଲରେ ଆସିଲେ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର: ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ସାଇକେଲରେ ଆସିଛନ୍ତି ସିଦ୍ଧାନ୍ତ ମହାପାତ୍ର। ସାଇକେଲରେ ଆସିବା ସହ ସେ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଇଛନ୍ତି। ପାଖ ସ୍ଥାନକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ବିଧାନସଭାଠାରୁ ମାତ୍ର ୧କି.ମି କିମ୍ବା ୨କି.ମି ମଧ୍ୟରେ ତାଙ୍କର ଘର ହୋଇଥିବାରୁ ସେ ଏଥିପାଇଁ ସାଇକେଲରେ ଆସିଥିବା କହିଛନ୍ତି। ଅନ୍ୟ ନେତା ଓ ମନ୍ତ୍ରୀଙ୍କୁ ମଧ୍ୟ ଏପରି କରିବା ସେ ଅପିଲ୍ କରିଛନ୍ତି। ପୂର୍ବରୁ ସାଂସଦ ରହିବା ପରେ ଏଥର ବିଜେଡି ଛାଡି ବିଜେପିରେ ଯୋଗ ଦେଇ ଦିଗପହଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟ ହୋଇଥିଲେ ସିଦ୍ଧାନ୍ତ। ଅନେକ ସମୟରେ ସିଦ୍ଧାନ୍ତଙ୍କୁ ଭୁବନେଶ୍ୱର ସହରରେ ସାଇକେଲ ଚଳାଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଥାଏ।
Powered by Froala Editor