ହଟିବ ସସ୍ପେନ୍ସ, ଆଜି ଆସିବ ମୁଖ୍ୟମନ୍ତ୍ରୀଙ୍କ ନାଁ

ଭୁବନେଶ୍ବର : ଖୁବ୍ ଶୀଘ୍ର ରାଜ୍ୟକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ। ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ। ଆଜି ଓଡିଶାରେ ପହଞ୍ଚିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ। ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନେଇ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ରାଜ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ , ସେ ନେଇ ହଟିବ ସସ୍ପେନ୍ସ। ବିଜେପି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ। ତେବେ ବିଧାୟକଙ୍କ ମଧ୍ୟରୁ କାହା ନାଁରେ ମୋହର ବାଜିବ ତାକୁ ନେଇ କଳ୍ପନା ଯଳ୍ପନା ଲାଗିରହିଛି। ବିଧାୟକ ସୁରେଶ ପୂଜାରୀ ଏବଂ ରାଜ୍ୟ ସଭାପତି ମନମୋହଲ ସାମଲଙ୍କ ନାଁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି। ଏହାସହ ଉପମୁଖ୍ୟମନ୍ତ୍ରୀ ଆସନରେ ବି ବିଧାୟକ ମୋହନ ଚରଣ ମାଝି ଏବଂ ଜୟନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗିରହିଛି। କେବଳ ବିଜେପି ନେତା ଓ କର୍ମୀ ନୁହଁନ୍ତି । ସାରା ରାଜ୍ୟବାସୀ ଏ ବିଷୟରେ ଜାଣିବା ପାଇଁ ଚାହିଁ ବସିଛନ୍ତି।
Powered by Froala Editor