ଆଶିଷ ସିଂଙ୍କୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ ?

ଭୁବନେଶ୍ୱର: ଆଇପିଏସ ଆଶିଷ ସିଂଙ୍କୁ ନେଇ ବଡ଼ ଖବର ଆସିଛି । ତାହା ହେଲା ଶ୍ରୀ ସିଂ ଅସୁସ୍ଥ ନୁହନ୍ତି । ସେ ଏକଦମ ଠିକ ତଥା ଫିଟ ଅଛନ୍ତି । ସେ ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିଲେ । ଏନେଇ ଇସିଆଇ ସ୍ପଷ୍ଟ କରିଛନ୍ତି । ସେ ମିଛରେ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିଲା ଅଭିଯୋଗ ହୋଇଛି। ଆଶିଷ ଭୁଲ୍ ତଥ୍ୟ ପ୍ରଦାନ କରିଥିବା ପ୍ରମାଣିତ ହୋଇଛି। ଏମ୍ସ ସ୍ପେଶାଲ ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଇସିଆଇ ଏହା ସ୍ପଷ୍ଟ କରିଛନ୍ତି । ଆଶିଷ ସିଂ ଶରୀରିକ ଓ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଫିଟ ଥିବା ଇସିଆଇ କହିଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ସେ ଭୁଲ ତଥ୍ୟ ଦେଇଥିଲେ ବୋଲି ଇସିଆଇ କହିଛନ୍ତି । ଏଥିସହ ମେଡିକାଲ ବୋର୍ଡ ରିପୋର୍ଟ ମୁଖ୍ୟ ସଚିବଙ୍କ ପାଖକୁ ଦେବାକୁ କହିଛନ୍ତି । ପୂର୍ବରୁ ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ଏମସ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରି ଆଶିଷ ସିଂ ସ୍ୱାସ୍ଥ୍ୟବସ୍ଥା ଯାଂଚ କରି ସୁସ୍ଥ ଥିବା ରିପୋର୍ଟ ଦିଆଯାଇଛି ।
ଏମ୍ସ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ୬ ଜଣିଆ ବିଶେଷଜ୍ଞଙ୍କୁ ନେଇ ବୋର୍ଡ ଗଠିତ ହୋଇଥିଲା ।। ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଥିଲେ ।। ଏହି ବୋର୍ଡ ଗତ ମଇ ୩୦ ତାରିଖ ଦିନ ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରି ନିର୍ବାଚନ କମିଶନଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିଥିଲା ।
Powered by Froala Editor