ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ
ଭୁବନେଶ୍ୱରରେ ରପ୍ତାନି ଆଉଟରିଚ୍ ଆଲୋଚନାଚକ୍ର ଆୟୋଜନ କରିବାକୁ ଏଫଆଇଇଓ ସହିତ ସହଭାଗୀତା କଲା ଏକ୍ଜିମ ବ୍ୟାଙ୍କ, ଓଡ଼ିଶାର ବାଣିଜ୍ୟ ଓ ପୁଞ୍ଜିନିବେଶ ସାମର୍ଥ୍ୟ ଉପରେ ଗବେଷଣା ଅଧ୍ୟୟନ ରିପୋର୍ଟ ପ୍ରକାଶ କଲା
ଭୁବନେଶ୍ୱର : ଏକ୍ସପୋର୍ଟ- ଇମ୍ପୋର୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏକ୍ଜିମ ବ୍ୟାଙ୍କ) ଭୁବନେଶ୍ୱରରେ ଏକ ପୂର୍ଣ୍ଣାଙ୍ଗ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ସମ୍ପର୍କରେ ଘୋଷଣା କରିଛି, ଯାହା ଓଡ଼ିଶା ସହିତ ଏହାର ନିୟୋଜନତାକୁ ଗଭୀର କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି ଏବଂ ଏହା ରାଜ୍ୟର ରପ୍ତାନିକାରୀ ଓ ପୁଞ୍ଜିନିବେଶକଙ୍କୁ ସମର୍ଥନ କରିବା ନିମନ୍ତେ ନିଜର ପ୍ରତିବଦ୍ଧତାକୁ ପୁନଃ ସୁଦୃଢୀକରଣ କରୁଛି ।
ଏକ୍ଜିମ ବ୍ୟାଙ୍କ, ଫେଡେରେସନ ଅଫ୍ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ (ଏଫଆଇଇଓ) ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ମିଳିତ ଭାବରେ ଆୟୋଜିତ “ଏନ୍ହାନସିଂ ଏକ୍ସପୋର୍ଟସ୍ ଫ୍ରମ୍ ଓଡ଼ିଶା: ଅପରଚୁନିଟିଜ୍ ଆଣ୍ଡ ଫାଇନାନ୍ସିଂ ସଲୁ୍ୟସନ୍ସ” (ଓଡ଼ିଶାରୁ ରପ୍ତାନି ବୃଦ୍ଧି କରିବା: ସୁଯୋଗସମୂହ ଓ ଅର୍ଥଲଗାଣ ସମାଧାନସମୂହ) ଶୀର୍ଷକରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଏହି ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ଜଗତର ନେତୃବୃନ୍ଦ, ରପ୍ତାନିକାରୀ ଏବଂ ଆର୍ଥିକ ପ୍ରତିଷ୍ଠାନସମୂହ ରାଜ୍ୟର ରପ୍ତାନି ପରିବ୍ୟବସ୍ଥା ସୁଦୃଢ କରିବା ନିମନ୍ତେ ଏକ ପଥ ପ୍ରସ୍ତୁତ କରିବାକୁ ଏକତ୍ରିତ ହୋଇଥିଲେ ।
ଶ୍ରୀ ଅନିରୁଦ୍ଧ ବରୁଆ, ରିଜିଓନାଲ ହେଡ୍, କୋଲକାତା, ଏକ୍ଜିମ ବ୍ୟାଙ୍କ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ ଏହା ସାନ୍ଧ୍ୟ ଆଲୋଚନାଗୁଡିକ ନିମନ୍ତେ ଏକ ପରିପ୍ରେକ୍ଷୀ ସ୍ଥିର କରିଥିଲା ।
ନିଜର ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ତରୁଣ ଶର୍ମା, ଡେପୁଟି ମ୍ୟାନେଜିଂ ଡାଇରେକ୍ଟର, ଏକ୍ଜିମ ବ୍ୟାଙ୍କ, ଓଡ଼ିଶା ଉପରେ ବ୍ୟାଙ୍କର ନବୀକୃତ ଦୃଷ୍ଟିନିବଦ୍ଧ ସମ୍ପର୍କରେ ଉଲ୍ଲେଖ କରିବା ସହିତ କହିଥିଲେ ଯେ, ଭୁବନେଶ୍ୱରେ ସ୍ଥାପିତ ହେବାକୁ ଯାଉଥିବା ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାନୀୟ ରପ୍ତାନିକାରୀ, ଏମଏସ୍ଏମଇସମୂହ ଏବଂ ଶିଳ୍ପ ସଂସ୍ଥାଗୁଡିକ ସହିତ ଘନିଷ୍ଠ ନିୟୋଜନତାକୁ ସମର୍ଥ କରାଇବ । ସମଗ୍ର ରାଜ୍ୟରେ ବହୁବିଧ ପ୍ରକଳ୍ପଗୁଡିକୁ ବ୍ୟାଙ୍କର ସମର୍ଥନ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଇସ୍ପାତ, ନବୀକରଣୀୟ ଠାରୁ ନେଇ ୱାଗନ ନିର୍ମାଣ ଆଦି ଅନ୍ତର୍ଭୁକ୍ତ । ଶ୍ରୀ ଶର୍ମା ମଧ୍ୟ ଓଡ଼ିଶାରୁ ଏକ୍ଜିମ ବ୍ୟାଙ୍କର ଭାରତରେ ଏହି ଧରଣଣ ପ୍ରଥମ ଟ୍ରେଡ ଆସିଷ୍ଟାନ୍ସ ପ୍ରୋଗ୍ରାମ (ଟିଏପି) ଜରିଆରେ ବାଣିଜ୍ୟ କ୍ଷେତ୍ରକୁ ଅର୍ଥଲଗାଣ କାରବାର ସୁଗମ କରିବା ଭୂମିକା ସମ୍ପର୍କରେ ପ୍ରକାଶ କରିଥିଲେ, ଯାହା ଭୁଟାନ, ଇଥିଓପିଆ, ନେପାଳ, ଶ୍ରୀଲଙ୍କା ଏବଂ ୟୁନାଇଟେଡ କିଙ୍ଗଡମ୍ (ୟୁକେ) ସମେତ ବିଭିନ୍ନ ରାଷ୍ଟ୍ରକୁ ସମର୍ଥନ ଯୋଗାଇଦେଉଛି । ସେ ପୁନଶ୍ଚ ଉଲ୍ଲେଖ କରିଥିଲେ ଯେ ବ୍ୟାଙ୍କ ରାଜ୍ୟର ଯୁବବର୍ଗଙ୍କୁ ବିଭିନ୍ନ କ୍ରୀଡା ଶୃଙ୍ଖଳାରେ ଏବଂ ତାହାସହିତ ହସ୍ତଶିଳ୍ପ କ୍ଷେତ୍ରରେ କାରିଗରମାନଙ୍କୁ ସମର୍ଥନ ଯୋଗାଇଦେବା କ୍ଷେତ୍ରରେ ସମ୍ମୁଖ ଭାବରେ ରହିଆସିଛି ।
ଶ୍ରୀମତୀ ରଶ୍ମିତା ପଣ୍ଡା, ଆଇଏଏସ, କମିଶନର-ତଥା-ଶାସନ ସଚିବ, ଏମଏସ୍ଏମଇ ବିଭାଗ, ଓଡ଼ିଶା ସରକାର, ରପ୍ତାନି ଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମର ଅଂଶ ଭାବରେ ଏକ୍ଜିମ ବ୍ୟାଙ୍କ ପକ୍ଷରୁ “ଦି ଓଡ଼ିଶା ଅପର୍ଚୁନିଟି: ଏ ଟ୍ରେଡ ଆଣ୍ଡ ଇନ୍ଭେଷ୍ଟମେଣ୍ଟ ରୋଡମ୍ୟାପ” ଶୀର୍ଷକରେ ଏକ ଗବେଷଣା ଭିତ୍ତିକ ରିପୋର୍ଟ ଉନ୍ମୋଚିତ ହୋଇଥିଲା । ଏହି ଅଧ୍ୟୟନମୂଳକ ରିପୋର୍ଟରେ ବିବିଧ କ୍ଷେତ୍ରରେ ରାଜ୍ୟର ରପ୍ତାନିଗତ ପ୍ରତିଦ୍ୱନ୍ଦ୍ୱିତା ସାମର୍ଥ୍ୟ ସମ୍ପର୍କରେ ଅନୁଧ୍ୟାନ କରାଯିବା ସହିତ ବାଣିଜ୍ୟ ଓ ପୁଞ୍ଜିନିବେଶ ସଂଯୋଗୀକରଣକୁ ସମ୍ପ୍ରସାରିତ କରିବାକୁ ରହିଥିବା ଲୁକ୍କାୟିତ ସାମର୍ଥ୍ୟ, ଓଡ଼ିଶାକୁ ପୂର୍ବାଞ୍ଚଳ ଭାରତ ନିମନ୍ତେ ଏକ ଉଦୀୟମାନ ରପ୍ତାନିକାରୀ ସ୍ଥଳ ଭାବରେ ଅବସ୍ଥାପିତ କରିବା ବିଷୟରେ ଉଲ୍ଲେଖ କରାଯାଇଛି ।
ତତ୍ ପରେ ଶ୍ରୀ ମନୋଜ ସିଂହ, ଆସିଷ୍ଟାଣ୍ଟ ଡାଇରେକ୍ଟର ଜେନେରାଲ, ଫରେନ ଟ୍ରେଡ, କୋଲକାତାଙ୍କ ଦ୍ୱାରା ରପ୍ତାନି ବିକାଶ ଲକ୍ଷ୍ୟ ସମ୍ପର୍କିତ ଏକ ଉପସ୍ଥାପନା କରାଯାଇଥିଲା ।
ଶ୍ରୀମତୀ ଯୋଗିତା ହାତଙ୍ଗଡି, ଜେନେରାଲ ମ୍ୟାନେଜର, ଏମଏସ୍ଏମଇ ଗ୍ରୁପ, ଏକ୍ଜିମ ବ୍ୟାଙ୍କ ଏହି କାର୍ଯ୍ୟକ୍ରମରେ " ବିଲ୍ଡିଂ କାପାବିଲିଟିଜ୍, ଇଣ୍ଟିଗ୍ରେଟିଂ ୱିଥ ଗ୍ଲୋବାଲ ଭାଲ୍ୟୁ ଚେନ୍ ସ" ଶୀର୍ଷକ ନିଜର ଉପସ୍ଥାପନାରେ ରପ୍ତାନିକାରୀଙ୍କ ନିମନ୍ତେ ଲାଇନ୍ସ ଅଫ କ୍ରେଡିଟ, ଦରିଆପାରି ପୁଞ୍ଜିନିବେଶ ନିମନ୍ତେ ଅର୍ଥଲଗାଣ ଏବଂ ଗବେଷଣା ଓ ଉନ୍ନୟନ ତଥା ପ୍ରଯୁକ୍ତିରେ ଉନ୍ନତିକରଣ ସମେତ ବିବିଧ ଆର୍ଥିକ ସମାଧାନଗୁଡିକ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଏହି ସମସ୍ତ ବିଷୟ ଓଡ଼ିଶାର ବିନିର୍ମାଣକାରୀ ଓ ରପ୍ତାନିକାରୀଙ୍କର ପରିବର୍ତ୍ତିତ ଆବଶ୍ୟକତା ପୂରଣ କରିବା ସକାଶେ ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଛି ।
ଶ୍ରୀମତୀ ହାତଙ୍ଗଡି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ନିର୍ୟାତ ପ୍ରୋତ୍ସାହନ ଅଧୀନରେ ଇପିଏମ୍ର ତିନିଟି ବିଷୟ (୧) କ୍ରେଡିଟ ଆସିଷ୍ଟାନ୍ସ ଫର୍ ଇ-କମର୍ସ ଏକ୍ସପୋର୍ଟର୍ସ୍, (୨) ସପୋର୍ଟ ଫର୍ ଏମର୍ଜିଂ ଏକ୍ସପୋର୍ଟ ଅପର୍ଚୁନିଟିଜ ଏବଂ (୩) ଇଣ୍ଟରେଷ୍ଟ ସବ୍ଭେନସନ ସପୋର୍ଟ ଫର୍ ପ୍ରି-ପେଡ ଆଣ୍ଡ ପୋଷ୍ଟ-ସିପ୍ମେଣ୍ଟ ରୁପି ଏକ୍ସପୋର୍ଟ କ୍ରେଡିଟ ନିମନ୍ତେ ଏକ୍ଜିମ ବ୍ୟାଙ୍କ କାର୍ଯ୍ୟାନ୍ୱୟନକାରୀ ସଂସ୍ଥା ଭାବରେ ମାନ୍ୟତାପ୍ରାପ୍ତ ହୋଇଛି । ଏହି ପ୍ରୟାସଗୁଡିକ ଡିଜିଏଫ୍ଟି ଏବଂ ନ୍ୟାସନାଲ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ (ଏନସିଜିଟିସି) ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟକାରୀ କରାଯାଉଛି ।
କାର୍ଯ୍ୟକ୍ରମରେ “ଷ୍ଟ୍ରେଙ୍ଗଦେନିଂ ଏକ୍ସପୋର୍ଟସ୍ ଫ୍ରମ୍ ଓଡ଼ିଶା” (ଓଡ଼ିଶାରୁ ରପ୍ତାନି ସୁଦୃଢ କରିବା) ଶୀର୍ଷକରେ ଏକ ପ୍ୟାନେଲ ଆଲୋଚନା ସ୍ଥାନ ପାଇଥିଲା, ଯାହାକୁ ଶ୍ରୀ ରିକେଶ ଚାନ୍ଦ, ଚିଫ୍ ଜେନେରାଲ ମ୍ୟାନେଜର- କ୍ରେଡିଟ, ଏକ୍ଜିମ ବ୍ୟାଙ୍କ ପରିଚାଳନା କରିଥିଲେ ଏବଂ ଆଲୋଚକମଣ୍ଡଳୀରେ ଶ୍ରୀ ଅଞ୍ଜନ ମହାନ୍ତି, ଚିଫ୍ ଅପରେଟିଂ ଅଫିସର, ଫାଲ୍କନ ମେରାଇନ ଏକ୍ସପୋର୍ଟସ୍ ଲିମିଟେଡ, ଶ୍ରୀ ପ୍ରଶୁକ ଜୈନ, ଚିଫ୍ ଫାଇନାନ୍ସିଆଲ ଅଫିସର, ଫେରୋ ଆଲୟଜ କର୍ପୋରେସନ ଲିମିଟେଡ ଏବଂ ଶ୍ରୀ ଅମିତ ଅଗ୍ରୱାଲ, ଚିଫ୍ ଫାଇନାନ୍ସିଆଲ ଅଫିସର, ଆଇଏଫଜିଏଲ ରିଫ୍ରାକ୍ଟରିଜ ଲିମିଟେଡ ପ୍ରମୁଖ ସ୍ଥାନ ପାଇଥିଲେ । ସାମୁଦ୍ରିକ ଖାଦ୍ୟ, ଫେରୋ- ଆଲୟଜ ଏବଂ ରିଫ୍ରାକ୍ଟରିଜ ରପ୍ତାନି କ୍ଷେତ୍ରଗୁଡିକରେ ନିଜ ନିଜର ଅନୁଭୂତି ଆଧାରରେ ଆଲୋଚକଗଣ ଓଡ଼ିଶା ଭିତ୍ତିକ ରପ୍ତାନିକାରୀମାନେ ସମ୍ମୁଖୀନ ହେଉଥିବା ପରିଚାଳନାଗତ ଓ ଆର୍ଥିକ ଚାଲେଞ୍ଜ, ବିନିର୍ମାଣ ଏବଂ କଞ୍ଚାମାଲ ଉପଲବ୍ଧତା କ୍ଷେତ୍ରରେ ରାଜ୍ୟର ପ୍ରତିଯୋଗିତା ସାମର୍ଥ୍ୟ ଏବଂ ସ୍ଥାନୀୟ ୟୁନିଟଗୁଡିକ ଦରିଆପାରି ବଜାରଗୁଡିକରେ ସେମାନଙ୍କର ଉପସ୍ଥିତି ପରିମାଣାତ୍ମକ ଦୃଷ୍ଟିରୁ ବୃଦ୍ଧି କରିବା ନିମନ୍ତେ ଆବଶ୍ୟକ ସହାୟତା ସମ୍ପର୍କରେ ସେମାନଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ ।
ଏହା ପରେ “ଇନ୍ଷ୍ଟିଚ୍ୟୁସନାଲ ଇନଫ୍ରାଷ୍ଟ୍ରକଚର ଫର୍ ଏକ୍ସପୋର୍ଟସ୍ ଫ୍ରମ ଓଡ଼ିଶା” ଶୀର୍ଷକରେ ଏକ ମୁକ୍ତ ଆଲୋଚନା ଅନୁଷ୍ଠିତ ହୋଇଥିଲା ଏବଂ ଶ୍ରୀମତୀ ସମୁଚିତା ମଲ୍ଲିକ, ଜେନେରାଲ ମ୍ୟାନେଜର, ଡିପାର୍ଟମେଣ୍ଟ ଅଫ ଇଣ୍ଡଷ୍ଟ୍ରିଜ, ଭୁବନେଶ୍ୱର; ଶ୍ରୀମତୀ ଜୁଇନ ଚୌଧୁରୀ, ରିଜିଓନାଲ ହେଡ୍, ଫେଡେରେସନ ଅଫ୍ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ; ଡ. ବିଜୁ ଭି.ଏନ୍., ଆସିଷ୍ଟାଣ୍ଟ ଡାଇରେକ୍ଟର, ମେରାଇନ ପ୍ରଡକ୍ଟସ୍ ଏକ୍ସପୋର୍ଟ ଡେଭେଲପମେଣ୍ଟ ଅଥରିଟି; ଡ. ସୌମ୍ୟ ପ୍ରକାଶ ଡାଳୁଆ, ଆସିଷ୍ଟାଣ୍ଟ ଡାଇରେକ୍ଟର, ବେସିକ କେମିକାଲ୍ସ, କସ୍ମେଟିକ୍ସ ଆଣ୍ଡ୍ ଡାଇଜ୍ ଏକ୍ସପୋର୍ଟ ପ୍ରମୋସନ କାଉନସିଲ (ସିଏଚ୍ଇଏମଇଏକ୍ସସିଆଇଏଲ); ଶ୍ରୀମତୀ ଏ.ରାଜ୍ୟଲକ୍ଷ୍ମୀ, ରିଜିଓନାଲ ଡାଇରେକ୍ଟର, ୱର୍ଲଡ ଟ୍ରେଡ ସେଣ୍ଟର ଭୁବନେଶ୍ୱର ଏବଂ ଡ. ସଞ୍ଜୀବ ମହାପାତ୍ର, ଅନରାରୀ ସେକ୍ରେଟାରୀ, ଦି ଉକ୍ରଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ । ବାଣିଜ୍ୟ ସୁଗମକରଣ, କ୍ଷେତ୍ର ଭିତ୍ତିକ ପ୍ରୋତ୍ସାହନ ପ୍ରୟାସ ଏବଂ ସରକାରୀ ସଂସ୍ଥା, ରପ୍ତାନି ପ୍ରୋତ୍ସାହନ କାଉନସିଲ ଏବଂ ଶିଳ୍ପ ସଂଘଗୁଡିକ ମଧ୍ୟରେ ଘନିଷ୍ଠ ସମନ୍ୱୟ ରକ୍ଷା ସମେତ ଓଡ଼ିଶାର ରପ୍ତାନି ପରିବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ଆବଶ୍ୟକ ସଂସ୍ଥାନଗତ ଓ ଭିତ୍ତିଭୂମି ସମର୍ଥନ ଉପରେ ଆଲୋଚନା କେନ୍ଦ୍ରୀଭୂତ ଥିଲା ।
ସନ୍ଧ୍ୟାରେ ଶ୍ରୀମତୀ ଜୁଇନ ଚୌଧୁରୀ, ରିଜିଓନାଲ ହେଡ୍, ଏଫଆଇଇଓଙ୍କ ଦ୍ୱାରା ଧନ୍ୟବାଦ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିସମାପ୍ତ ହୋଇଥିଲା, ଯେଉଁଥିରେ ସେ ସମାବେଶକୁ ଧନ୍ୟବାଦ ଜଣାଇବା ସହିତ ଭୁବନେଶ୍ୱରରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ନେଇ ଏକ୍ଜିମ ବ୍ୟାଙ୍କକୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।
ଏକ୍ଜିମ ବ୍ୟାଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ ପ୍ରସ୍ତାବିତ ଭୁବନେଶ୍ୱର କାର୍ଯ୍ୟାଳୟ, ଭାରତର ଆନ୍ତର୍ଜାତିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହାର ବିସ୍ତାରିତ ନୀତିଗତ ନିଷ୍ପତ୍ତି ଆଧାରରେ ସମଗ୍ର ଓଡ଼ିଶାରେ ରପ୍ତାନିକାରୀଙ୍କୁ ଏକ୍ଜିମ ବ୍ୟାଙ୍କ ନିଜର ଆର୍ଥିକ ଏବଂ ପରାମର୍ଶମୂଳକ ସେବାଗୁଡିକ ଅଧିକ ଫଳପ୍ରଦ ଭାବରେ ଯୋଗାଇବାରେ ସମର୍ଥ ହେବ । ବ୍ୟାଙ୍କ ପକ୍ଷରୁ ପୂର୍ଣ୍ଣ ଆସ୍ଥାପ୍ରକଟ କରି କୁହାଯାଇଛି ଯେ, ରାଜ୍ୟରେ ବିବିଧ ସଂସ୍ଥାଗୁଡିକ ସହିତ ଏହାର ସହଭାଗୀତା ଆଗାମୀ ବର୍ଷଗୁଡିକରେ ଏହି ଅଞ୍ଚଳରୁ ରପ୍ତାନି ବୃଦ୍ଧି କରିବାରେ ଅଧିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।
Powered by Froala Editor