E20 ପେଟ୍ରୋଲ୍ ବନ୍ଦ କରି ଶୁଦ୍ଧ ପେଟ୍ରୋଲ୍ ବିକ୍ରି କରିବେ ସରକାର !
ସରକାର ଖୁବ୍ ଶୀଘ୍ର E20 ପେଟ୍ରୋଲ୍ ବନ୍ଦ କରି କେବଳ ଶୁଦ୍ଧ ପେଟ୍ରୋଲ୍ ବିକ୍ରି କରିବାକୁ ପ୍ରସ୍ତୁତି କରୁଛନ୍ତି। କିଛି ଦିନ ଧରି, ସୋସିଆଲ ମିଡିଆରେ ଏ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ କରି କେବଳ ଶୁଦ୍ଧ ପେଟ୍ରୋଲ ବିକ୍ରୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏବେ ଏହି ଦାବିକୁ ନେଇ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଆସିଛି। ମନ୍ତ୍ରଣାଳୟ ଏହି ଭାଇରାଲ ଖବରର ସତ୍ୟତା ସାମ୍ନାକୁ ଆଣିଛି।
ପେଟ୍ରୋଲିୟମ ମନ୍ତ୍ରଣାଳୟ ଏହାର ଅଫିସିଆଲ୍ X ଆକାଉଣ୍ଟରେ ଏକ ଫ୍ୟାକ୍ଟ-ଚେକ୍ ପୋଷ୍ଟ ସେୟାର କରିଛି। ଏହି ପୋଷ୍ଟରେ କହିଛନ୍ତି ଯେ, ସୋସିଆଲ ମିଡିଆରେ ପ୍ରସାରିତ ପେଟ୍ରୋଲ ସମ୍ବନ୍ଧୀୟ ଖବର ନକଲି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ସୋସିଆଲ ମିଡିଆରେ ପେଟ୍ରୋଲ୍ ସମ୍ପର୍କିତ ଭାଇରାଲ ହେଉଥିବା ଖବରଟି ସମ୍ପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଭାଇରାଲ ପୋଷ୍ଟରେ E20 ପେଟ୍ରୋଲର ଦାମ ଲିଟର ପିଛା ୧୦୫ରୁ ୧୧୦ ଟଙ୍କା ହେବ ବୋଲି ଯେଉଁ ଦାବି କରାଯାଇଛି, ତାହା ମଧ୍ୟ ସମ୍ପୂର୍ଣ୍ଣ ମିଥ୍ୟା।
ନିଜ ପୋଷ୍ଟରେ ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି, “ସୋସିଆଲ ମିଡିଆରେ ପେଟ୍ରୋଲକୁ ନେଇ ଏକ ଗ୍ରାଫିକ୍ ଭାଇରାଲ ହେଉଛି। ଏଥିରେ ଦାବି କରାଯାଇଛି ଯେ, ୫ ଅଗଷ୍ଟରୁ ୧୦୦% ପେଟ୍ରୋଲ୍, ଅର୍ଥାତ୍ ଇଥାନଲ୍ ମିଶ୍ରଣ ନଥିବା ପେଟ୍ରୋଲ୍ ବିକ୍ରି ହେବ। ଏହି ଦାବି ସମ୍ପୂର୍ଣ୍ଣ ଭୁଲ ଓ ଭିତ୍ତିହୀନ।”
Powered by Froala Editor