ସେପ୍ଟେମ୍ବରରୁ ଆରମ୍ଭ ହେବ 'ବିଗ୍ ବସ୍'ର ସିଜିନ୍
ଦେଶର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ 'ବିଗ୍ ବସ୍'ର ୨୦ତମ ସିଜିନ୍ ଘୋଷଣା କରିଛନ୍ତି ନିର୍ମାତାମାନେ। ପୁଣିଥରେ ସଲମାନ ଖାନଙ୍କୁ ତାଙ୍କ ଦମଦାର୍ ଅନ୍ଦାଜରେ ଶୋ'କୁ ହୋଷ୍ଟ କରୁଥିବାର ଦେଖା ଯିବେ । "ବିଗ୍ ବସ୍ ୨୦"ର ପ୍ରଥମ ପ୍ରୋମୋ ପୂର୍ବରୁ ରିଲିଜ୍ ହୋଇସାରିଛି, ଯେଉଁଥିରେ ସଲମାନଙ୍କ ଘୋଡା ସହ ଏଣ୍ଟ୍ରି କରୁଛନ୍ତି ।
"ବିଗ୍ ବସ୍ ୨୦"ର ପ୍ରିମିୟର ୬ ସେପ୍ଟେମ୍ବର, ୨୦୨୬ରେ ହେବ । ସଲମାନ ଖାନଙ୍କ ରିଆଲିଟି ଶୋ’ କଲର୍ସ ଟିଭିରେ ପ୍ରସାରିତ ହେବ । ଏହାକୁ ଜିଓ ହଟଷ୍ଟାରରେ ମଧ୍ୟ ଦେଖି ପାରିବେ ।
ପ୍ରୋମୋରେ, ସଲମାନ ଖାନ ଶୋ’ରେ ଆସିବାକୁ ଥିବା ବଡ଼ ଟ୍ବିଷ୍ଟ ବିଷୟରେ ସୂଚନା ଦେଇଛନ୍ତି। ସଲମାନ ଖାନ କହୁଛନ୍ତି, "କରଣ-ଅର୍ଜୁନରେ ଯାହା ଘଟିଥିଲା ତାହା ଏବେ ବିଗ୍ ବସରେ ହେବ... ତଥାସ୍ତୁ। " ଭିଡିଓ ସେୟାର କରି ନିର୍ମାତାମାନେ କ୍ୟାପସନ ଦେଇଛନ୍ତି, ଏକ୍ ସେ ଭଲେ ଦୋ । ତେବେ ବିଗ୍ ବସ୍ ୧୯ର ବିଜେତା ହୋଇଥିଲେ ଗୌରଭ ଖାନା । ଚଳିତ ସିଜିନ୍ ରେ କେଉ କଣ୍ଟେଷ୍ଟାଣ୍ଟସ ଆସିବେ ତାହା ଦେଖିବା ଉକ୍ସାହ ଜନକ ରହିବ ।
Powered by Froala Editor