ଓଜନ କମିବାର ରାଜ୍ କହିଲେ ସଲମାନ
କିଛି ଦିନ ହେବ ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଓଜନ ହ୍ରାସ ଏବଂ ପତଳା ଲୁକ ସ୍ବାସ୍ଥ୍ୟ ସମସ୍ୟା ସହିତ ଜଡିତ ହୋଇପାରେ ବୋଲି ପ୍ରଶଂସକ ଆଲୋଚନା କରୁଛନ୍ତି। ଏବେ ସଲୁ ଶେଷରେ ଏହି ସମସ୍ତ ଗୁଜବରେ ପୂର୍ଣ୍ଣଛେଦ ପକାଇଛନ୍ତି।
ପ୍ରାଇମ ଭିଡିଓ ରିଆଲିଟି ଶୋ ‘ଆଲାୟନ୍ସ’ରେ ସଲମାନ କହିଛନ୍ତି, ସେ ୧୬ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ଏହି ପରିବର୍ତ୍ତନ କୌଣସି ରୋଗ ଯୋଗୁ ନୁହେଁ ବରଂ ଫିଟନେସ। ଏହା କଠିନ ପରିଶ୍ରମର ଫଳ।
ଯଦିଓ ସଲମାନ ୧୬ କିଲୋ ଓଜନ ହ୍ରାସ କରିବାର ସଠିକ କାରଣ ସ୍ପଷ୍ଟ କରିନାହାଁନ୍ତି, କୁହାଯାଉଛି ସେ ତାଙ୍କର ଆଗାମୀ ଆକ୍ସନ ଫିଲ୍ମ ‘SVC63’ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରାଙ୍କ ସହ ସ୍କ୍ରିନ ଶେୟାର କରୁଥିବାର ଦେଖାଯିବେ। ଫିଲ୍ମରେ ଅନେକ ହାଇ-ଅକ୍ଟେନ ଆକ୍ସନ ସିକ୍ୱେନ୍ସ ପ୍ରଦର୍ଶିତ ହେବ, ଯାହା ପାଇଁ ସଲମାନ ତାଙ୍କ ଫିଟନେସ ଉପରେ କଠିନ ପରିଶ୍ରମ କରିଛନ୍ତି।
Powered by Froala Editor