ଅଭିନେତା ପ୍ରଦୀପ ରାୱତ ଆଉ ନାହାନ୍ତି
ପ୍ରସିଦ୍ଧ ଅଭିନେତା ପ୍ରଦୀପ ରାୱତ ଆଉ ନାହାନ୍ତି। ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବଲିଉଡ ଅଭିନେତା ଯଶପାଲ ଶର୍ମା ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁ ଘୋଷଣା କରିଛନ୍ତି।
ଲଗାନରେ ପ୍ରଦୀପ ରାୱତଙ୍କ ସହ-ଅଭିନେତା ଯଶପାଲ ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏହି ଦୁଃଖଦ ଖବର ସେୟାର କରି ଲେଖିଛନ୍ତି, "ଆମର ଗଜନୀ, ଲଗାନର ଦେବା, ପ୍ରଦୀପ ରାୱତ ଆଉ ନାହାନ୍ତି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।" ସେ ଦୀର୍ଘ ସମୟ ଧରି ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। ପ୍ରଥମେ ତାଙ୍କୁ କୋକିଲାବେନ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା ଏବଂ ପରେ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କର ଦେହାନ୍ତ ହୋଇଛି।
ପ୍ରଦୀପ ରାୱତ କେବଳ ବଲିଉଡରେ ନୁହେଁ ବରଂ ଦକ୍ଷିଣ ଭାରତୀୟ ଫିଲ୍ମରେ ମଧ୍ୟ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ବି.ଆର. ଚୋପ୍ରାଙ୍କ ମହାଭାରତ ଧାରାବାହିକରେ ଅଶ୍ୱତ୍ଥମା ଭୂମିକାରେ ଅଭିନୟ କରି ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ରାଜ ବବରଙ୍କ ଫିଲ୍ମ ଐତବାର ସହିତ ପ୍ରଦୀପ ରାୱତ ବଲିଉଡରେ ପ୍ରବେଶ କରିଥିଲେ। ତାପରେ ସେ ଅଗ୍ନିପଥ, ପଥର କେ ଫୁଲ, ସଙ୍ଗଦିଲ ସନମ, କୋୟଲା, ସରଫରୋଶ ଏବଂ ଲଗାନ ଭଳି ଫିଲ୍ମରେ ଅଭିନୟ କରିଥିଲେ। କିନ୍ତୁ ତାଙ୍କର ପ୍ରକୃତ ପରିଚୟ ଫିଲ୍ମ "ଗଜିନି"ରେ ସାମ୍ନାକୁ ଆସିଥିଲା।
Powered by Froala Editor