ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ
ଅଭିନେତା ରାଘବ ଜୁୟାଲଙ୍କ ପ୍ରେମରେ ପଡ଼ିଛନ୍ତି ପଞ୍ଜାବୀ ବ୍ୟୁଟି ଶେହନାଜ ଗିଲ୍। ଉଭୟ ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଶେହନାଜ ଗିଲ୍ ଏହି ଡେଟିଂ ଗୁଜବ ଉପରେ ଖୋଲାଖୋଲି ମତ ରଖିବା ସହ ରାଘବ ଜୁୟାଲଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।
ଏକ ସାକ୍ଷାତକାରରେ ଶେହନାଜ କହିଛନ୍ତି; ମୁମ୍ବାଇରେ ମୋର କୌଣସି ବିଶେଷ ବନ୍ଧୁ ନାହାନ୍ତି। ମୋର ଏକମାତ୍ର ସହାରା ହେଉଛି ରାଘବ। ମୋ ଜୀବନରେ ଯେତେବେଳେ ବି କୌଣସି ସମସ୍ୟା ଆସେ, ମୁଁ ତାଙ୍କୁ ଫୋନ୍ କରେ ବୋଲି ଶେହନାଜ କହିଛନ୍ତି।
କିଛି ଦିନ ତଳେ ରାଘବ ଜୁୟାଲଙ୍କ ଜନ୍ମଦିନ ପାର୍ଟିରେ ଶେହନାଜ ଗିଲ ଯୋଗଦେବା ପରେ ଏହି ଗୁଜବ ଆହୁରି ଜୋର ଧରିଛି। ପାର୍ଟିରେ ଭିଡ଼ ମଧ୍ୟରେ ରାଘବ ଶେହନାଜଙ୍କୁ ସୁରକ୍ଷା ଦେଉଥିବା ଏବଂ ଉଭୟେ ପରସ୍ପରଙ୍କ ହାତ ଧରିଥିବା ଦେଖାଯାଇଥିଲା।
ପଞ୍ଜାବୀ ଅଭିନେତ୍ରୀ ଶେହନାଜ ଗିଲ୍ ‘ବିଗ୍ ବସ୍ ୧୩’ ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ। ପରେ ସେ ସଲମାନ ଖାନଙ୍କ ସହ ‘କିସି କା ଭାଇ କିସି କି ଜାନ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ପଦାର୍ପଣ କରିଥିଲେ। ଏହି ଫିଲ୍ମରେ ରାଘବ ଜୁୟାଲ ମଧ୍ୟ ଅଭିନୟ କରିଥିଲେ। ସେହି ସମୟରୁ ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।
Powered by Froala Editor