ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ, ୪ ଘଣ୍ଟା ପରେ ମୁକ୍ତ
ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ପୁଲିସ ଗିରଫ କରିଛି । କାବେରୀ ଜଳ ବିବାଦ ସମ୍ପର୍କରେ ତାମିଲନାଡୁରେ ଆୟୋଜିତ ଏକ ପ୍ରତିବାଦ ରାଲି ଏବେ ରାଜନୈତିକ ବୟାନବାଜି ବଦଳରେ ଅଭିନେତ୍ରୀ ତ୍ରିଶାଙ୍କ ଉପରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିରୋଧୀ ଦଳ ତାଙ୍କ ମନ୍ତବ୍ୟ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି।
ଗିରଫ ହେବାର ପ୍ରାୟ ୪ ଘଣ୍ଟା ପରେ ଡିଏମ୍କେ ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ନେତା ଉଧୟନିଧି ଷ୍ଟାଲିନଙ୍କୁ ପୁଲିସ ହାଜତରୁ ମୁକ୍ତ କରାଯାଇଛି। ମାଡ୍ରାସ ହାଇକୋର୍ଟ ତାମିଲନାଡୁ ପୁଲିସକୁ ଜେରା ଶେଷ କରିବା ପରେ ତାଙ୍କୁ ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ହାଇକୋର୍ଟ ଡିଏମ୍କେ ନେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ଦିନରେ ଯେତେବେଳେ ବି ଆବଶ୍ୟକ ପଡ଼ିବ, ସେ ଏହି ମାମଲାର ତଦନ୍ତରେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ।
ଉଦୟନିଧି କହିଛନ୍ତି, ସେ କାହା ନାମ ନେଇ କହିନାହାନ୍ତି । କୋର୍ଟ ହିଁ ତାର ଫଇସଲା କରିବ । ସେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ଏବଂ ତାଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପରେ ନେଇ ଏହି ଆକ୍ସନ ନିଆଯାଇଛି ।
କାବେରୀ ଜଳ ବିବାଦକୁ ନେଇ ତାମିଲନାଡୁରେ ରାଜନୀତି ସରଗରମ ରହିଛି । ଏହି ସମୟରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି.ଜୋସେଫ ବିଜୟଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିବା ସମୟରେ, ଷ୍ଟାଲିନ୍ ଅଭିନେତ୍ରୀ ତ୍ରିଷାଙ୍କ ବିଷୟରେ ଏକ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ଦୁଇ ଅର୍ଥ ବୟାନ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । କାବେରୀ ଜଳ ବିବାଦ ସମ୍ପର୍କରେ ଷ୍ଟାଲିନ୍ ତାଞ୍ଜାଭୁରରେ ଏକ ରାଲିକୁ ସମ୍ବୋଧିକ କରିବା ସମୟରେ ଉଦୟନିଧି ଷ୍ଟାଲିନ୍ ଥଲାପତି ବିଜୟଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ । ଉଦୟନିଧି ଭାଷଣ ଦେବା ସମୟରେ ଭିଡ଼ ମଧ୍ୟରୁ କିଛି ଲୋକ ତ୍ରିଷା ତ୍ରିଷା ବୋଲି ସ୍ଲୋଗାନ ଦେବାକୁ ଲାଗିଲେ । ଏହି ସମୟରେ ଉଦୟନିଧି ରହିଗଲେ । ହସିଲେ ଏବଂ କୌତୁହଳପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ।
Powered by Froala Editor