ନଦୀରେ ବୁଡି ଚାଲିଗଲା ଭାଇଭଉଣୀଙ୍କ ଜୀବନ

ନୟାଗଡ : କୁସୁମୀ ନଦୀରେ ବୁଡି ଚାଲିଗଲା ଭାଇଭଉଣୀଙ୍କ ଜୀବନ। ଇଟାମାଟି ଥାନା ବାଉଁଶିଆପଡା ଗାଁରେ ଗୁରୁବାର ଏହି ଅଘଟଣ ଘଟିଛି। ଗାଧୋଇବା ସମୟରେ ବୁଡି ଯାଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କ ବୟସ ୧୦ ରୁ ୧୨ ବର୍ଷ ହେବ ବୋଲି ଜଣାପଡିଛି। ଅନ୍ୟ ଏକ ନାବାଳକ ସହ ଗାଧୋଇବାକୁ ଯାଇ ଉଭୟ ଭାଇଭଉଣୀ ବୁଡି ଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।
Powered by Froala Editor