ନବୀନ ଦେଲେ ଇସ୍ତଫା

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନିର୍ବାଚନରେ ବିଜେପି ବାଜି ମାରିଛି । ବିଜେଡି ଧରାଶାୟୀ ହୋଇଛି । ଯାହାର ଫଳସ୍ୱରୂପ ଆଜି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାଦେବାକୁ ପଡ଼ିଛି । ଆଜି ସେ ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ। ଏହାପରଠାରୁ ଲଗାତାର ୫ଥର ତାଙ୍କ ଦଳ ଜିତିବା ପରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୦ ମସିହାରୁ ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ନବୀନ । ତେବେ ୨୦୨୪ ମସିହାରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି ।
ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭୁଶୁଡ଼ିଯାଇଛି। ଦଳକୁ ମାତ୍ର ୫୧ଟି ଆସନ ମିଳିଛି। ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି।
କଣ୍ଟାବାଞ୍ଜି ଆସନରୁ ନବୀନ ୧୬ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିବା ବେଳେ ହିଞ୍ଜିଳି ଆସନରୁ ମାତ୍ର ୪ହଜାରରୁ ଅଧିକ ଭୋଟରେ ବିଜୟ ହୋଇଛନ୍ତି। ବିଧାନସଭା ନିର୍ବାଚନରେ ୫୧ଟି ସିଟ୍ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ବିପର୍ୟ୍ୟୟରେ ସମ୍ମୁଖୀନ ହୋଇଛି। ଦଳକୁ ଗୋଟିଏ ବି ଆସନ ମିଳିନାହିଁ।
Powered by Froala Editor