ବେବି କେୟାର ସେଣ୍ଟର ନିଆଁରେ ୭ ଶିଶୁ ଜୀବନ୍ତ ଦଗ୍ଧ, ମାଲିକ ଗିରଫ
ଦିଲ୍ଲୀର ବିବେକ ବିହାରରେ ଥିବା ଏକ ବେବି କେୟାର୍ ସେଣ୍ଟରେ ଅଗ୍ନିକାଣ୍ଡ ଘଟି ୭ ଜଣ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଶନିବାର ରାତି ସାଢ଼େ ୧୧ ଟାରେ ଏହି ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଥିବା ନେଇ ପିସିଆର୍କୁ ଫୋନ୍ କଲ୍ ଆସିଥିଲା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୫ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ତେବେ ଏହି ବେବି କେୟାର ସେଣ୍ଟରରେ ହଠାତ୍ କିଭଳି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ସଟ୍ ସର୍କିଟ୍ ଯୋଗୁ ଏହି ନିଆଁ ଲାଗିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ବେବି କେୟାର ହସ୍ପିଟାଲର ମାଲିକ ନବୀନଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି।
Powered by Froala Editor