ସାଧାରଣ ନିର୍ବାଚନରେ ପ୍ରଥମଥର ଭୋଟ୍ ଦେଲେ ପ୍ରିୟଙ୍କା ଗାନ୍ଧୀଙ୍କ ପୁଅ, ଝିଅ
ଶନିବାର ଲୋକସଭା ନିର୍ବାଚନ ଷଷ୍ଠ ପର୍ଯ୍ୟାୟ ଭୋଟିଂରେ ୬ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଲୋକସଭା ଆସନ ପାଇଁ ହୋଇଛି ମତଦାନ। ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମତଦାନ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ଓ ଝିଅ। ପ୍ରିୟଙ୍କାଙ୍କ ଦୁଇ ପିଲା ଦିଲ୍ଲୀର ଲୋଧି ଇଷ୍ଟେଟ୍ ସ୍ଥିତ ଅଟଳ ଆଦର୍ଶ ସ୍କୁଲ୍ରେ ମତଦାନ ପାଇଁ ପହଞ୍ଚିଛନ୍ତି।
ଭୋଟ ଦେବା ପରେ ପ୍ରିୟଙ୍କାଙ୍କ ପୁଅ ରେହାନ କହିଛନ୍ତି, ସାଧାରଣ ନିର୍ବାଚନରେ ପ୍ରଥମ ଥର ଭୋଟ ଦେଉଛି। ଗତଥର ଦିଲ୍ଲୀ ଷ୍ଟେଟ୍ ଇଲେକ୍ସରେ ଭୋଟ ଦେଇଥିଲି। ମୁଁ ଲୋକଙ୍କୁ ଅପିଲ କରୁଛି ସେମାନେ ଭୋଟ ଦେବା ପାଇଁ ବାହାରନ୍ତୁ ଓ ଲୋକତନ୍ତ୍ରର ଉତ୍ସବରେ ସାମିଲ ହୁହନ୍ତୁ। ବିକାଶ ଓ ବେରୋଜଗାରୀକୁ ପ୍ରସଙ୍ଗ କହିବା ସହ ରେହାନ କହିଛନ୍ତି, ମୋ ପାଇଁ ବ୍ୟକ୍ତିଗତ ଭାବରେ ସମ୍ବିଧାନ ଏକ ବଡ ପ୍ରସଙ୍ଗ। ମୋତେ ଲାଗୁଛି ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ। ମୁଁ ସବୁ ଯୁବପୀଢିଙ୍କୁ ଆମ ସମ୍ବିଧାନକୁ ରକ୍ଷା କରିବା ଓ ସକାରତ୍ମକ ପରିବର୍ତ୍ତନ ଆଣିବାକୁ ଭୋଟ ଦେବାକୁ ଅପିଲ କରୁଛି।’
ସେଭଳି ରବର୍ଟ ଭଦ୍ରା ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଝିଅ ମିରାୟା କହିଛନ୍ତି, ମୁଁ କଲେଜରୁ କେବଳ ଭୋଟ ଦେବା ପାଇଁ ଏଠାକୁ ଆସିଛି। ସମସ୍ତଙ୍କୁ ବାହାରକୁ ଆସିବା ଦରକାର ଓ ଭୋଟ ଦେବା ଦରକାର।’
Powered by Froala Editor