ସ୍ମୋକ୍ ପାନ ଖାଇ କଣା ହୋଇଗଲା ଅନ୍ତନଳୀ
ବେଙ୍ଗାଲୁରୁରେ ଏକ ବିବାହ ସମାରୋହରେ ଜଣେ ୧୨ ବର୍ଷୀୟ ନାବାଳିକା ସ୍ମୋକ୍ ପାନ ଖାଇବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି। ଭୋଜିରେ ସେ ସ୍ମୋକ ପାନ ଖାଇ ଦେଇଥିଲେ। ଯେଉଁ କାରଣରୁ ତାଙ୍କ ଅନ୍ତନଳୀରେ କଣା ହୋଇଯାଇଥିଲା। ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡିଲା।
ବେଙ୍ଗାଲୁରୁରେ ତରଳିକୃତ ନାଇଟ୍ରୋଜେନ୍ ଯୁକ୍ତ ସ୍ମୋକ୍ ପାନ ଖାଇବା ପରେ ନାବାଳିକାଙ୍କ ପେଟ ଭିତରେ ଅନ୍ତନଳୀରେ କଣା ହୋଇ ଯାଇଥିଲା। ତାଙ୍କୁ ତୁରନ୍ତ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଅସ୍ତ୍ରୋପଚାର କରାଯାଇଛି। ଏହାପରେ ତାଙ୍କ ଜୀବନ ବିପଦଯୁକ୍ତ ହୋଇଛି।
ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ନାବାଳିକା ଜଣକ ସ୍ମୋକ୍ ପାନ ଖାଇଥିଲେ। ଏହାପରେ ତାଙ୍କ ପେଟରେ ଅନ୍ତନଳୀରେ ଛିଦ୍ର ହୋଇ ଯାଇଥିଲା। ଏହାପରେ ସର୍ଜରୀ କରାଯାଇଥିଲା। ଅସ୍ତ୍ରୋପଚାର ପରେ ନାବାଳିକାକୁ ୨ ଦିନ ଆଇସିୟୁରେ ରଖାଯାଇଥିଲା। ଏହାପରେ ଡିସଚାର୍ଜ କରାଯାଇଛି।
Powered by Froala Editor