ବାଂଲାଦେଶୀ ସାଂସଦଙ୍କୁ କୋଲକାତାରେ ହତ୍ୟା
ବାଂଲାଦେଶର ସାଂସଦ ଅନୱରଉଲ ଅଜମିଙ୍କୁ କୋଲକାତାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କିଛି ବାଂଲାଦେଶୀ କୋଲକାତା ନିକଟସ୍ଥ ନିଉ ଟାଉନର ଏକ ଫ୍ଲାଟରେ ଶାସକ ଆୱାମୀ ଲିଗ୍ (ଏଏଲ୍)ର ସାଂସଦ ଅନୱାରୁଲ୍ ଅଜିମ୍ ଅନାରଙ୍କୁ ହତ୍ୟା କରିଛନ୍ତି ବୋଲି ବାଂଲାଦେଶର ଗୃହମନ୍ତ୍ରୀ ଅସଦୁଜମାନ ଖାନ୍ ବୁଧବାର କହିଛନ୍ତି। ଢାକାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୃହମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଯେଉଁ ସୂଚନା ରହିଛି ତାହା ହେଉଛି ଏହି ହତ୍ୟାକାଣ୍ଡରେ ଆମ ଦେଶର ଲୋକମାନେ ସମ୍ପୃକ୍ତ ଅଛନ୍ତି।
ଅଜମି ହେଉଛନ୍ତି ବାଂଲାଦେଶରେ କ୍ଷମତାରେ ଥିବା ଆୱାମି ଲିଗର ଜଣେ ସାଂସଦ। ସେ ମେ’ ୧୨ ତାରିଖରେ ନିଜର ଚିକିତ୍ସା ପାଇଁ କୋଲକାତା ଆସିଥିଲେ। ଏହାପରେ ତାଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା। ସେ ନିଖୋଜ ହୋଇଯାଇଥିବାରୁ କୋଲକାତା ପୁଲିସ୍ ମେ’ ୧୮ରେ ଗୋଟିଏ ଅଭିଯୋଗ ପାଇଥିଲା। ଅଭିଯୋଗ ପରେ କୋଲକାତାର ବାରାନଗର ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଅଜିମଙ୍କ ଶେଷ ଥର ପାଇଁ ସହରର ନ୍ୟୁଟାଉନ ଅଞ୍ଚଳରେ ରହିଥିବା ଖବାର ମିଳିଥିଲା। ଏଠାରେ ଥିବା ଗୋଟିଏ ଫ୍ଲାଟକୁ ସେ ଯାଇ ଜଣଙ୍କୁ ଦେଖା କରିଥିଲେ। ହେଲେ ସେଠାରେ ତାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇ ଯାଇଥିଲା।
ତଦନ୍ତ ବେଳେ ବାଂଲାଦେଶ ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଜେରା କରିଥିଲା। ସେ ଅଜିମଙ୍କୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଥିଲା। ଏହି ଖବରକୁ ବାଂଲାଦେଶ ପକ୍ଷରୁ କୋଲକାତା ପୁଲିସ୍କୁ ଅବଗତ କରାଇଥିଲେ।
ହେଲେ ନ୍ୟୁଟାଉନ ଅଞ୍ଚଳରୁ ତାଙ୍କ ମୃତଦେହ ଏଯାଏ ମିଳି ନାହିଁ। ବିଧାନନଗର ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
Powered by Froala Editor