କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଲ୍ଡିଂକୁ ବୋମାରେ ଉଡାଇ ଦେବାକୁ ଧମକ
ଗୃହ ମନ୍ତ୍ରଣାଳୟ କୋଠାକୁ ବମ୍ରେ ଉଡାଇ ଦେବାକୁ ଧମକଭରା ଇମେଲ୍ ଆସିଛି । ବୁଧବାର ଦ୍ୱିପ୍ରହର ସମୟରେ ଏହି ଇମେଲ୍ ଆସିଛି । ଇମେଲ୍ ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନିକଟରୁ ଆସିଥଲା । ଏହାପରେ ସୁରକ୍ଷାକର୍ମୀ ପୁଣି ତତ୍ପର ହୋଇ ଉଠିଛନ୍ତି । କୁହାଯାଉଛି କି ଏହାପରେ ପୋଲିସ ଓ ସୁରକ୍ଷା କର୍ମୀ ବିଲ୍ଡିଂକୁ ସଂପୂର୍ଣ୍ଣ ଭାବରେ ଚେକ୍ କରିଛନ୍ତି । ତେବେ କିଛି ବି ସନ୍ଦେହଜନକ ଜିନିଷ ମିଳିନାହିଁ । ଏହାପରେ ଦିଲ୍ଲୀ ପୋଲିସ ଏହି ଧମକଭରା ଇମେଲ୍ ଫେକ୍ ବୋଲି କହିଛି ।
ଜଣେ ଅଧିକାରୀ କହିଛନ୍ତି ଯେ, ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ୍ ସ୍କ୍ବାଡ୍ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି।
ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ପିସିଆର୍ରୁ ଆମକୁ ଏକ କଲ୍ ଆସିଥିଲା ଯେ, ନର୍ଥ ବ୍ଲକ୍ରେ ବୋମାମାଡ଼ ପାଇଁ ଧମକ ଆସିଛି। ସର୍ଚ୍ଚ ଅପରେଶନରେ ଏପର୍ଯ୍ୟନ୍ତ କିଛି ମିଳିନାହିଁ। ନର୍ଥ ବ୍ଲକ ହେଉଛି ସେହି କ୍ଷେତ୍ର, ଯେଉଁଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ବୋମା ଧମକ ଆସୁଛି। ତେବେ ଖୋଜାଖୋଜି ପରେ କିଛି ମିଳିନାହିଁ। ଚଳିତ ବର୍ଷ ମେ’ ୧ରେ ଦିଲ୍ଲୀ-ଏନ୍ସିଆରର ୧୫୦ରୁ ଅଧିକ ବିଦ୍ୟାଳୟକୁ ମେଲ୍ ମାଧ୍ୟମରେ ବୋମାମାଡ଼ ଧମକ ଆସିଥିଲା। ଏହା ପରେ ଉତ୍ତେଜନା ଦେଖାଦେଇଥିଲା।
Powered by Froala Editor