୪ ସନ୍ଦିଗ୍ଧ ISIS ଆତଙ୍କବାଦୀ ଗିରଫ
ଗୁଜରାଟ ଅହମଦାବାଦ ବିମାନବନ୍ଦରରୁ ୪ ଜଣ ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗୁଜରାଟ ଆଣ୍ଟି-ଟେରୋର୍ ସ୍କ୍ୱାର୍ଡ (ATS) ଅହମଦାବାଦ ବିମାନବନ୍ଦରରୁ ସେମାନଙ୍କୁ ଗିରଫ କରିଛି। ଅହମଦାବାଦ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିବାର କିଛି ଦିନ ପରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ATS। ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଶ୍ରୀଲଙ୍କା ନାଗରିକ ହୋଇଥିବା କୁହାଯାଉଛି।
ମେ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ ଇମେଲ୍ ଜରିଆରେ ମିଳିଥିଲା, ଯାହା କି ସୁରକ୍ଷା କର୍ମୀମାନେ ବିମାନବନ୍ଦର ପରିସରରେ ଖୋଜାଖୋଜି କରିବା ପରେ ଏକ ମିଥ୍ୟା ପ୍ରମାଣିତ ହୋଇଥିଲା। କିନ୍ତୁ କିଛି ସନ୍ଦେହଜନକ ମିଳି ନଥିଲା। ଅପରାହ୍ନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରର ଅଫିସିଆଲ୍ ଇମେଲ୍ ଆଇଡିରେ ଜଣେ ଅଜ୍ଞାତ ବ୍ୟକ୍ତି ଏହି ଧମକପୂର୍ଣ୍ଣ ଇମେଲ୍ ପଠାଇବା ପରେ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ସମଗ୍ର ବିମାନବନ୍ଦରକୁ ଯାଞ୍ଚ କରିଥିଲେ ବୋଲି ପୁଲିସ କମିଶନର ଜିଏସ୍ ମଲ୍ଲିକ କହିଛନ୍ତି।
Powered by Froala Editor