ଆଇସକ୍ରିମ ମ୍ୟାନ ରଘୁନନ୍ଦନ ଆଉ ନାହାନ୍ତି
![ଆଇସକ୍ରିମ ମ୍ୟାନ ରଘୁନନ୍ଦନ ଆଉ ନାହାନ୍ତି](https://odishanewslens.com/news_gallery/30139_1716147446.jpg)
ସାରା ଦେଶକୁ ଆଇସକ୍ରିମ ଖୁଆଉଥିବା ରଘୁନନ୍ଦନ ଆଉ ନାହାନ୍ତି । ପ୍ରାକୃତିକ ଆଇସକ୍ରିମର ପ୍ରତିଷ୍ଠାତା ରଘୁନନ୍ଦନ କମାଥ ଶନିବାର ୭୫ ବର୍ଷ ବୟସରେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସୋସିଆଲ ମିଡିଆରେ ତାଙ୍କର ପରଲୋକ ବିଷୟରେ କମ୍ପାନୀ ସୂଚନା ଦେଇଛି। ଲୋକମାନେ ସ୍ନେହରେ ରଘୁନନ୍ଦନ କାମତଙ୍କୁ ଆଇସକ୍ରିମ ମ୍ୟାନ ଅଫ ଇଣ୍ଡିଆ ବୋଲି ମଧ୍ୟ କହିଥିଲେ।
ପ୍ରାକୃତିକ ଆଇସକ୍ରିମ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଆମ ବସ୍ ଏବଂ ଫାଉଣ୍ଡର ରଘୁନନ୍ଦନ କାମତ ଦୁନିଆରୁ ବିଦାୟ ନେଇଛନ୍ତି । ଏହା ଆମ ପାଇଁ ଅତ୍ୟନ୍ତ ଦୁଃଖଦ ଖବର । କର୍ଣ୍ଣାଟକ ବିଜେପି ପ୍ରମୁଖ କ୍ୟାପ୍ଟେନ ବ୍ରିଜେଶ ଚୌଟା ମଧ୍ୟ ଏକ୍ସରେ ଲେଖିଛନ୍ତି ଯେ, ଏକ ଉତ୍ତମ ଯାତ୍ରାର ଅନ୍ତ ହୋଇଗଲା । ଆଇସକ୍ରିମ ମ୍ୟାନଙ୍କ ପରଲୋକରେ ମୁଁ ବହୁତ ଦୁଃଖି ଅଛି ।
Powered by Froala Editor