ସୋଫିୟାନରେ ଆତଙ୍କବାଦୀ ହମଲା : ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ, ଦୁଇ ଜଣ ପର୍ଯ୍ୟଟକ ଆହତ
![ସୋଫିୟାନରେ ଆତଙ୍କବାଦୀ ହମଲା : ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ, ଦୁଇ ଜଣ ପର୍ଯ୍ୟଟକ ଆହତ](https://odishanewslens.com/news_gallery/30138_1716147330.jpg)
ଜମ୍ମୁ କାଶ୍ମୀରର ସୋଫିୟାନ ଅଞ୍ଚଳରେ ଆତଙ୍କବାଦୀ ହମଲା କରିଛନ୍ତି । ଏହି ଘଟଣାରେ ସେହି ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବା ଥିବା ବେଳେ ୨ ଜଣ ପର୍ଯ୍ୟଟକ ବିଶେଷ ଭାବରେ ଆହତ ହୋଇଛନ୍ତି । ମୃତ ସରପଞ୍ଚଙ୍କ ନାଁ ଏଜାଜ ଶେଖ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ସୋଫିୟାନର ହିରପୋରା ଅଞ୍ଚଳରେ ଏଜାଜ ଶେଖଙ୍କୁ କିଛି ଆତଙ୍କବାଦୀ ଗୁଳି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁଇ ପର୍ଯ୍ୟଟକ ରାଜସ୍ଥାନର ଜୟପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।
ଖବର ଅନୁସାରେ , ଜମ୍ମୁ କାଶ୍ମୀରର ସୋଫିୟାନ ଅଞ୍ଚଳରେ ପୂର୍ବତନ ସରପଞ୍ଚ ଏଜାଜ ଶେଖ ଅହମ୍ମଦ ବିଜେପିର ନେତା ଥିଲେ । ସେ ତାଙ୍କର କାର୍ଯ୍ୟ ସାରି ଫେରୁଥିବାବୋଳେ ହଠାତ ତାଙ୍କ ଉପରେ ଗୁଳି ଚାଳନା ହୋଇଥିଲା । ଏଜାଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ଦୁଇ ପର୍ଯ୍ୟଟକ ଫରହା ଓ ତାଙ୍କର ସ୍ୱାମୀ ଟାବ୍ରେଜଙ୍କୁ ତୁରନ୍ତ କ୍ଷତାକ୍ତ ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଅଞ୍ଚଳକୁ ସିଲ କରିଦିଆଯାଇଥିଲା । କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସ ହ୍ୟାଣ୍ଡେଲରେ ଏ ବାବଦରେ ସୂଚନା ଦେଇଛି ।
Powered by Froala Editor