ସ୍ୱାତୀ ମାଲିୱାଲଙ୍କୁ ମାଡ଼ ଅଭିଯୋଗ : ଗିରଫ ପରେ ଏମିତି କହିଲେ ବୈଭବ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ତଥା ପୂର୍ବତନ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କୁ ଗିରଫ କରିଛି ପୁଲିସ। ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ସ୍ୱାତୀ ମାଲିୱାଲ ବୈଭବ କୁମାରଙ୍କ ବିରୁଦ୍ଧରେ ଅସଦାଚରଣ ଓ ମାଡ଼ ମାରିବାର ଅଭିଯୋଗ ଆଣିଥିଲେ। ସେ ମେ' 13ରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବାକୁ ଯାଇଥିବା ସମୟରେ ବୈଭବ କୁମାର ତାଙ୍କୁ ୭-୮ ଥର ଚାପୁଡ଼ା ମାରିବା ସହ ତାଙ୍କ ଛାତି ଓ ପେଟକୁ ଗୋଇଠା ମାରିଥିବା ଅଭିଯୋଗ କରିଥିଲେ। ଦିଲ୍ଲୀ ପୁଲିସ ମାଲିୱାଲଙ୍କ ଡାକ୍ତରୀ ପରକ୍ଷା କରାଇଥିଲା। ପରୀକ୍ଷାରେ ତାଙ୍କ ଶରୀରରେ ମାଡ଼ ଦାଗ, ମୁହଁରେ ଆଭ୍ୟନ୍ତରୀଣ ଆଘାତ ଏବଂ ଗୋଡରେ ମଧ୍ୟ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପୁଲିସ ବୈଭବ କୁମାରଙ୍କୁ ଗିରଫ କରିଛି।
ବୈଭବ କୁମାର ଆକ୍ରମଣ ମାମଲାରେ ପ୍ରତିବାଦ କରି ସେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ତାଙ୍କ ଉପରେ “ଅଯଥା ଚାପ” ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ସେ ଦାବି କରିଛନ୍ତି ଯେ ପୂର୍ବତନ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ମେ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ “ବଳପୂର୍ବକ” ପ୍ରବେଶ କରିବା ସମୟରେ ଏପରି ଘଟିଥିଲା।
ବୈଭବ କୁମାର ଅଭିଯୋଗ କରିଛନ୍ତି ଯେ ମାଲିୱାଲ “ବଳପୂର୍ବକ ତଥା ଆଇନ ଉଲଂଘନ କରି” କେଜ୍ରିୱାଲଙ୍କ ବାସଭବନରେ ଅନଧିକୃତ ପ୍ରବେଶ କରିବା ସହ ସେ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି କହିଥିଲେ। ଜଣେ ସାଂସଦକୁ ଅଟକାଇବାକୁ ତୁମର ସାହସ କିପରି ହେଲା ବୋଲି ସେ ମୋତେ ପ୍ରଶ୍ନ କରି ଉତ୍ୟକ୍ତ ହୋଇ ଉଠିଥିଲେ। ସେ ଆହୁରି ବି କହିଥିଲେ କି, “ମୁଁ ତୋତେ ଦେଖିନେବି। ମୁଁ ତୋତେ ଏପରି ମିଛ ମାମଲାରେ ଫଶାଇବି ଯେ ତୁ ଜୀବନ ଯାକ ଜେଲ୍ରେ ବସିଥିବୁ।’’
Powered by Froala Editor