ପୋଲାଭରମ ପ୍ରକଳ୍ପ ମାମଲା ଶୁଣାଣିରୁ ଓହରିଲେ ବିଚାରପତି, ପରବର୍ତ୍ତୀ ଶୁଣାଣି କେବେ ଜାଣନ୍ତୁ
ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ମାମଲାର ଶୁଣାଣିରୁ ସୁପି୍ରମକୋର୍ଟ ବିଚାରପତି ଏଲ.ନାଗେଶ୍ୱର ରାଓ ଓହରି ଯାଇଛନ୍ତି । ଏହି ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ଶୁଣାଣି ନୂଆ ବେଞ୍ଚରେ ହେବ । ପୋଲାଭରମ ମାମଲାରେ ପୂର୍ବରୁ ଓକିଲାତି କରିଥିବା ଯୋଗୁଁ ବିଚାରପତି ଶ୍ରୀ ରାଓ ଓହରି ଯାଇଥିବା ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ, ପୋଲାଭରମ ପଛୁଆ ଜଳ (ବ୍ୟାକ ୱାଟର) ସମସ୍ୟାର ନିରାକରଣ ପାଇଁ ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ କେନ୍ଦ୍ରୀୟ ଜଳ ଆୟୋଗ ମିଳିତ ଭାବେ ଆଲୋଚନା କରିବାକୁ ଜାତୀୟ ଗ୍ରୀନ ଟି୍ରବୁ୍ୟନାଲ ବୈଷୟିକ କମିଟି ସୁପାରିସ କରିଥିଲେ । ତଦ ଅନୁସାରେ ଦୁଇଥର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଓଡ଼ିଶା ଏଥିରେ ଯୋଗ ଦେଇ ନଥିଲେ । ଜାତୀୟ ଗ୍ରୀନ ଟି୍ରବୁ୍ୟନାଲ ଦ୍ୱାରା ଯେଉଁ ଆଦେଶ ଜାରି କରାଯାଇଥିଲା ସେଥିରେ ଓଡ଼ିଶାର ପକ୍ଷକୁ ଶୁଣାଯାଇନଥିଲା ଏବଂ ଆଦେଶ ଏକ ପାଖିଆ ଦିଆଯାଇଥିବା ଅଭିଯୋଗ କରି ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବର ୧୭ରେ ସୁପି୍ରମକୋର୍ଟରେ ପିଟିସନ ଦାଖଲ କରିଥିଲେ ।