ସହର ଅଭିମୁଖେ ପଳାଇଆସିଥିଲା, କାବୁ ହେଲା କଲରାପତରିଆ

ବାରିପଦା: କାବୁ ହେଲା ବାରିପଦା ସହରକୁ ପଶି ଆସିଥିବା କଲରାପତରିଆ । ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲେ ରେସ୍କ୍ୟୁ ଟିମ୍ । ବୁଢୀଖମାରୀ ଅଞ୍ଚଳରୁ ଟ୍ରାଙ୍କୁଲାଇଜ କରି କାବୁ କଲେ ରେସ୍କ୍ୟୁ ଟିମ୍ । ସହରର ଭଂଜପୁର ଅଞ୍ଚଳରେ ବାଘ ବୁଲୁଥିବା ଅଞ୍ଚଳବାସୀ ଦେଖିଥିଲେ।
ଆଜି ସକାଳେ ବାରିପଦା ସହରର ଭଞ୍ଜପୁର ସ୍ଥିତ ବୁଢ଼ୀଖମାରୀ ସାହି ଠାରେ ବାଘ ଆତଙ୍କ ଖେଳିଯାଇଥିଲା। ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟ୍ୟୁସନ ଛାଡିବାକୁ ଯାଉଥିବା ବେଳେ ବାଘଟିକୁ ଦେଖିଥିଲେ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସମସ୍ତେ ଭୟଭୀତ ଥିବା ସୂଚନା ପାଇ ବନବିଭାଗ ପହଞ୍ଚି ଯୋଜନାବଦ୍ଧ ଭାବେ ବାଘକୁ ଠାବ ପାଇଁ ଅନୁଧ୍ୟାନ କରିଥିଲା । ୨ଦିନ ତଳେ ଶ୍ୟାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଗ୍ରାମରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା । ବନବିଭାଗ ତାକୁ କାବୁ କରିପାରିନଥିଲା । ଗୁରୁବାର ବାଘ ଜଙ୍ଗଲକୁ ପଳାଇଥିବା ବନବିଭାଗ ସୂଚନା ଦେଇଥିଲେ । ତେବେ ସେହି ବାଘଟି ପ୍ରାୟ ଜଙ୍ଗଲ ପରିବର୍ତ୍ତେ ବାରିପଦା ସହର ଅଭିମୁଖେ ପଳାଇଆସିଥିବା କୁହାଯାଉଛି ।
Powered by Froala Editor