ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଆଜି ସେ ବ୍ରଜରଜନଗର, ବଣେଇ, ଅତାବିରା, ଜଟଣୀରେ ସଭା କରିବେ। ଆସନ୍ତାକାଲି କବିସୂର୍ୟ୍ୟନଗର, କଣ୍ଟାବାଞ୍ଝି , ଲୋଇସିଂହା, ସତ୍ୟବାଦୀ, ପିପିଲିରେ ସମାବେଶ କରିବେ।
ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା କରିବାର କାର୍ୟ୍ୟକ୍ରମ ରହିଛି। ସେହିପରି ଆସନ୍ତାକାଲି ଆସିବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଂଜନ ଲାଲ ଶର୍ମା। ସେ ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରିରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।
Powered by Froala Editor