ଲିଫ୍ଟ ଛିଣ୍ଡିଲା, ୧୮୦୦ ଫୁଟ୍ ଖାଦାନରେ ଫସିଲେ ୧୪ ଅଧିକାରୀ
ରାଜସ୍ଥାନର ଝୁନଝୁନ ଜିଲ୍ଲାରେ HCLର କୋଲିହାନ କପର ଖାଦାନରେ ଲିଫ୍ଟରେ ଛିଣ୍ଟିଯିବାରୁ ୧୪ ଜଣ ଅଧିକାରୀ ଏବଂ ସଦସ୍ୟମାନେ ୧୮୦୦ ଫୁଟ୍ ଗଭୀର ଖାଦାନରେ ଫସି ରହିଥିଲେ।
ଦୀର୍ଘ ୧୧ ଘଣ୍ଟା ଧରି ଚାଲୁ ରହିଥିବା ରେସକ୍ୟୁ ଅପରେସନ ଶେଷରେ ସଫଳ ହୋଇଛି। ସମସ୍ତ ଅଧିକାରୀ ସୁରକ୍ଷିତ ଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜୟପୁର ପଠାଇ ଦିଆଯାଇଛି। ଅନ୍ୟମାନଙ୍କର ହାତ, ଗୋଡ଼ ଭାଙ୍ଗିଥିବା ବେଳେ ଜୀବନ ପ୍ରତି ବିପଦ ନାହିଁ।
କୋଲକତାରୁ ରାଜସ୍ଥାନ ଯାଇଥିବା ଭିଜିଲାନ୍ସ ଟିମ୍ HCLକୁ ଯାଇଥିଲେ। କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଭିଜିଲାନ୍ସ ଟିମ୍ ସଦସ୍ୟ ସମୁଦାୟ ୧୪ ଜଣ ଲିଫ୍ଟରେ ଥିବା ବେଳେ ପ୍ରାୟ ୧୮ଶହ ଫୁଟ ତଳେ ତାହା ଛିଣ୍ଡି ଯାଇଥିଲା।
ତୁରନ୍ତ ବରିଷ୍ଠ ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଏଥିସହ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ମୁତୟନ ଥିବା ବେଳେ ଆଖପାଖ ହସ୍ପିଟାଲର ଆମ୍ବୁଲାନ୍ସ ବି ପହଞ୍ଚି ଯାଇଥିଲା। ତୁରନ୍ତ ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସମସ୍ତ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
Powered by Froala Editor