ଶ୍ୟାମ୍ ରଙ୍ଗିଲାଙ୍କ ନାମାଙ୍କନ ନାକଚ
ଉତ୍ତରପ୍ରଦେଶର ବାରାଣାସୀ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗିଲାଙ୍କ ନାମାଙ୍କନ ପତ୍ର ନାକଚ ହୋଇଯାଇଛି । ଏ ନେଇ ଏକ ଟ୍ୱିଟ ଜରିଆରେ ସେ ସୂଚନା ଦେଇଛନ୍ତି । ନାମାଙ୍କନ ପତ୍ରରେ ତ୍ରୁଟି ଯୋଗୁଁ ନାମାଙ୍କନ ରଦ୍ଦ ହୋଇଥିବା ଜାଣିବାକୁ ମିଳିଛି ।
ନାମାଙ୍କନପତ୍ର ନାକଚ ହେବା ପରେ ଶ୍ୟାମ ରଙ୍ଗିଲା କହିଛନ୍ତି ଯେ ଗଣତନ୍ତ୍ର କେତେ ବିପଦରେ ଅଛି ତାହା କହିବା ଆମର ଉଦ୍ଦେଶ୍ୟ। ମୁଁ ଜଣେ ହାସ୍ୟ କଳାକାର କିନ୍ତୁ ଆଜି ମୁଁ କିଛି କହିବାର ସ୍ଥିତିରେ ନାହିଁ । ଶ୍ୟାମ କହିଛନ୍ତି ଯେ ବର୍ତ୍ତମାନ ମୁଁ ଭାବୁଛି ଯେ କମେଡି ଏକ ଭଲ କ୍ଷେତ୍ର ଏବଂ ରାଜନୀତି ମୁଁ ପାରିବି ନାହିଁ । ଦେଶର ସବୁଠାରୁ ଲୋକପ୍ରିୟ ଆସନ ବାରାଣାସୀରୁ ଶ୍ୟାମ ରଙ୍ଗିଲା ନାମାଙ୍କନପତ୍ର ଦାଖଲ କରିଥିଲେ।
ଶ୍ୟାମଙ୍କୁ ଯାଞ୍ଚ ପାଇଁ ଡକାଯାଇଥିଲା। ଯାଞ୍ଚ ପରେ ତାଙ୍କ ନାମାଙ୍କନ ପତ୍ରରେ ତ୍ରୁଟି ଥିବାରୁ ନାକଚ କରିଦିଆଯାଇଥିଲା । ଏନେଇ ଶ୍ୟାମ ରଙ୍ଗିଲା କହିଛନ୍ତି ଯେ କଠିନ ପରିଶ୍ରମ ଏବଂ ଅସୁବିଧାର ସମ୍ମୁଖୀନ ହେବା ପରେ ମୁଁ ବାରାଣାସୀର ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲି। ସେ କହିଛନ୍ତି ଯେ ବୋଧହୁଏ ମୁଁ ମା ଗଙ୍ଗାଙ୍କ ଆଶୀର୍ବାଦ ପାଇ ନାହିଁ।
ରଙ୍ଗିଲା କହିଛନ୍ତି ଯେ, ହୃଦୟ ଭାଙ୍ଗିଗଲା, କିନ୍ତୁ ଆତ୍ମବିଶ୍ୱାସ ଭାଙ୍ଗିନାହିଁ । ଆପଣ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ । ଏହାସହିତ ସେ ମିଡିଆ ଏବଂ ଶୁଭଚିନ୍ତକମାନଙ୍କୁ ବର୍ତ୍ତମାନ ଫୋନ୍ ନ କରିବାକୁ ନିବେଦନ କରିଛନ୍ତି । ତେବେ ସମସ୍ତ ସୂଚନା ଏଥିରେ(ଟ୍ୱିଟର)ରେ ଦେବା ପାଇଁ ସେ ପ୍ରକାଶ କରିଛନ୍ତି । କାରଣ କିଛି ସମୟ ପାଇଁ କୌଣସି କଥା ହେବାକୁ ବୋଧହୁଏ ଇଚ୍ଛା ନାହିଁ ।
Powered by Froala Editor