୩ ରାଉଣ୍ଡ ଗୁଳିମାଡ଼, ଟଳିପଡ଼ିଲେ କଂଗ୍ରେସ ନେତା
ଛତିଶଗଡ଼ର ନାରାୟଣପୁରରେ କଂଗ୍ରେସ ନେତା ବିକ୍ରମ ବ୍ୟାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ବେଳେ କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଉପରକୁ ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ନାରାୟଣପୁର ଏସପି ପ୍ରଭାତ କୁମାର କହିଛନ୍ତି, ‘ବିକ୍ରମ ବ୍ୟାସ ବ୍ଲକ କଂଗ୍ରେସ ଉପାଧ୍ୟାକ୍ଷ ପଦରେ ଥିଲେ। ଏଥିସହିତ ନାରାୟଣପୁରର ସେ ଜଣେ ବଡ଼ ବ୍ୟବସାୟୀ ହେବା ସହିତ ମାଲକ ପରିବହନ ସଂଘର ସଚିବ ବି ଥିଲେ।
ସୂଚନା ମୁତାବକ, ସୋମବାର ରାତି ପ୍ରାୟ ୯ଟାରେ ନାରାୟଣପୁର ବଖରୁପାରାରେ କଂଗ୍ରେସ ନେତା ବିକ୍ରମ ବ୍ୟାସଙ୍କୁ ହତ୍ୟା କରାଯାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ବଖରୁପାରାରେ କଂଗ୍ରେସ ନେତା ବିକ୍ରମ ବ୍ୟାସ କୌଣସି କାମରେ ଯାଉଥିଲେ। ଏହି ସମୟରେ ସେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ବାଇକରେ ଆସି ବିକ୍ରମଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ଼ କରିଥିଲେ। ବିକ୍ରମଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜିଛି। ଏହାପରେ କଂଗ୍ରେସ ନେତା ରାସ୍ତାରେ ଟଳି ପଡ଼ିଥିଲେ। ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor